ବ୍ଲୁ ଷ୍ଟାର ଅପରେସନ୍‌ ତଥ୍ୟ ସାର୍ବଜନୀନ କରିବା ପାଇଁ ବ୍ରିଟିଶ ଅଦାଲତର ନିର୍ଦେଶ

0

ଲଣ୍ଡନ : ବ୍ରିଟେନ୍‌ର ଏକ ଅଦାଲତ ୧୯୮୪ରେ ପଞ୍ଜାବର ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିରରୁ ଖଲିସ୍ତାନ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ହୋଇଥିବା ‘ବ୍ଲୁ ଷ୍ଟାର ଅପରେସନ୍‌’ ସଂକ୍ରାନ୍ତ ସମସ୍ତ ନଥି ସାର୍ବଜନୀନ କରିବା ପାଇଁ ନିର୍ଦେଶ ଦେଇଛି। ଏହାଦ୍ୱାରା ଭାରତ-ବ୍ରିଟେନ୍‌ର କୂଟନୈତିକ ସମ୍ପର୍କ ଖରାପ ହେବାର ଆଶଙ୍କା ପ୍ରକାଶ କରି ବ୍ରିଟେନ୍‌ ସରକାରଙ୍କ ଓକିଲ ଏହାକୁ ବିରୋଧ କରିଥିଲେ ମଧ୍ୟ ଅଦାଲତ ଗ୍ରହଣ କରିନାହିଁ। ଲଣ୍ଡନସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ମୁରେ ଶାଙ୍କ୍‌ସ ଏହି ନିର୍ଦେଶ ଦେଇଛନ୍ତି। ବ୍ଲୁ ଷ୍ଟାର ଅପରେସନ୍‌ ସମୟରେ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚରଙ୍କ ଭୂମିକା କ’ଣ ଥିଲା ଓ ସେ କିଭଳି ଏଥିରେ ସହୟତା କରିଥିଲେ ତାହାର ଅନୁସନ୍ଧାନ କରୁଥିବା ଜଣେ ସାମ୍ବାଦିକ ଫିଲ ମିଲରଙ୍କ ଆବେଦନକ୍ରମେ ଅଦାଲତ ଏହି ନିର୍ଦେଶ ଦେଇଛି।

Leave A Reply