ଅଟଳ ପେନ୍‌ସନ ରାଶି ଦୁଇ ଗୁଣ ହେବ

0

ନୂଆଦିଲ୍ଲୀ : ଅଟଳ ପେନ୍‌ସନ ଯୋଜନାରେ ଅର୍ଥ ପରିମାଣ ବୃଦ୍ଧି କରାଯିବ। ବର୍ତ୍ତମାନ ଏହି ଯୋଜନାରେ ହିତାଧିକାରୀଙ୍କୁ ଭିନ୍ନ ଭିନ୍ନ ବ୍ୟବସ୍ଥାରେ ମାସିକ ୧ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିବାବେଳେ ଏହାକୁ ସର୍ବାଧିକ ୧୦ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟର ବିଚାରାଧୀନ ରହିଛି। ଏହି ସୂଚନା ଦେଇଛନ୍ତି ‘ପେନ୍‌ସନ ଫଣ୍ଡ ରେଗୁଲେଟୋରୀ ଏଣ୍ଡ ଡେଭେଲପମେଣ୍ଟ ଅଥରିଟି’ ଅଧ୍ୟକ୍ଷ ହେମନ୍ତ ଜି କଣ୍ଟ୍ରାକ୍ଟର। ବର୍ତ୍ତମାନର ପେନ୍‌ସନ ରାଶି ହିତାଧିକାରୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉ ନ ଥିବା ସରକାର ଅନୁଭବ କରିବା ପରେ ଏଭଳି ପ୍ରସ୍ତାବ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ଏହାଛଡ଼ା ଏହି ଯୋଜନାର ସ୍ୱୟଂକ୍ରିୟ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଓ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ବୟସ ସୀମା ୧୮ରୁ ୪୦ ଥିବାବେଳେ ଏହାକୁ ୫୦ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି ବୋଲି ସେ କହିଛନ୍ତି।

Leave A Reply