www.samajalive.in
Tuesday, December 9, 2025
16.1 C
Bhubaneswar

ଲକ୍‌ଡାଉନ ନିୟମ ଭାଙ୍ଗିଲେ ହୋଇପାରେ ୨ ବର୍ଷ ଜେଲ

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ଲାଗି ପୂରା ଦେଶରେ ୩ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ଅତି ଜରୁରୀ କାର୍ଯ୍ୟ ନ ଥିଲେ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ଲାଗି କୁହାଯାଇଛି। କିନ୍ତୁ ଅଧିକାଂଶ ସ୍ଥାନରେ ଲୋକେ ଏହାକୁ ମାନୁ ନାହାନ୍ତି। ଆଇନ ବିଷୟରେ ବି ଅବଗତ ହେଉନାହାନ୍ତି। ଲକଡାଉନ ନିୟମ ଭାଙ୍ଗି ପଦାକୁ ଆସିଲେ ଜରିମାନା ଅଥବା ୧ ମାସରୁ ୨ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ କିମ୍ବା ଉଭୟ ଦଣ୍ଡ ବିଧାନ ଲାଗୁ ହୋଇପାରେ ବୋଲି ଆଇନରେ ବ୍ୟବସ୍ଥା ରହିଛି।

ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୫୧ ଅନୁସାରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ସାଧାରଣ ଭାବେ ନିୟମ ଉଲ୍ଲଂଘନ କଲେ ୨ଶହ ଟଙ୍କା ଜରିମାନା ଏବଂ ୧ମାସ ଜେଲ ହୋଇପାରେ। କିନ୍ତୁ ଯଦି ଉଲ୍ଲଂଘନକାରୀ ଆଇନ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି କରନ୍ତି ଏବଂ ଦଙ୍ଗା ପରିସ୍ଥିତି ଉପୁଜେ, ତେବେ ଜେଲଦଣ୍ଡକୁ ୬ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହାବ୍ୟତୀତ ନିୟମ ଉଲ୍ଲଂଘନ ଦ୍ବାରା ଯଦି କାହାର ମୃତ୍ୟୁ ଘଟେ ତେବେ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ। ସେହିପରି କରୋନା ଭୂତାଣୁ ସମ୍ପର୍କରେ କେହି ଯଦି କୌଣସି ପ୍ରକାର ଗୁଜବ ପ୍ରଚାର କରନ୍ତି, ତେବେ ତାଙ୍କୁ ୧ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହୋଇପାରେ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories