ଇଡିଙ୍କ ନିକଟରେ ହାଜର ହେଲେ ଚିଦମ୍ବରମ୍
ନୂଆଦିଲ୍ଲୀ : ଏୟାରସେଲ୍ ମାକ୍ସିସ୍ ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍ ମଙ୍ଗଳବାର ପୁନଃ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ଙ୍କ ଇଜ୍ଲାସରେ ହାଜର ହୋଇଛନ୍ତି। ପୂର୍ବରୁ ଜୁନ୍ ୫ରେ ସେ ପ୍ରଥମ ଥର ଲାଗି ୩,୫୦୦ କୋଟି ଟଙ୍କାର ଏହି ବେଆଇନ ଅର୍ଥ କାରବାର ମାମଲାରେ ଇଡିଙ୍କ ନିକଟରେ ହାଜର ହୋଇଥିଲେ। ବେଆଇନ ଅର୍ଥ କାରବାର ଆଇନ ଅଧୀନରେ ଇଡି ଅଧିକାରୀମାନେ ତାଙ୍କ ବୟାନ ରେକର୍ଡ କରିଥିଲେ। ଏହି ମାମଲାରେ ଚିଦମ୍ବରମ୍ଙ୍କ ପୁଅ କାର୍ତ୍ତୀଙ୍କୁ ପୂର୍ବରୁ ଇଡି ଜେରା କରିସାରିଛନ୍ତି।