www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ସଂକ୍ରମିତଙ୍କୁ କ୍ଲୋରୋକୁଇନ୍ ଦେବାକୁ ଆଇସିଏମଆରର ଅନୁମୋଦନ

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କୁ ମ୍ୟାଲେରିଆ ପ୍ରତିରୋଧକ ଔଷଧ ହାଇଡ୍ରୋକ୍ସକ୍ଲୋରୋକୁଇନ ଦେବା ଲାଗି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ଅନୁମୋଦନ କରିଛି। ଅତି ଜଟିଳ ସଂକ୍ରମିତଙ୍କ କ୍ଷେତ୍ରରେ ରୋଗୀଙ୍କୁ ଏହି ଔଷଧ ଦିଆଯିବ। କୋଭିଡ-୧୯ର ଚିକିତ୍ସା ଲାଗି କ୍ଲୋରୋକୁଇନ ଉପଯୁକ୍ତ କି ନାହିଁ ତା’ ଉପରେ ବିଶ୍ବସ୍ତରରେ ଚର୍ଚ୍ଚା ଚାଲିଥିବାବେଳେ ଆଇସିଏମଆର୍ ଏହାକୁ ଅନୁମୋଦନ କରିଛି। କ୍ଲୋରୋକୁଇନ ସହିତ ଏଚଆଇଭି ପ୍ରତିଷେଧକ ଔଷଧ ଦେବା ଲାଗି ମଧ୍ୟ ଚର୍ଚ୍ଚା ହୋଇଛି। ତେବେ ଫ୍ରାନ୍ସର ଏକ ଅଧ୍ୟୟନରୁ ଜଣାଯାଇଛି ହାଇଡ୍ରୋକ୍ସି-କ୍ଲୋରୋକୁଇନକୁ କରୋନା ସଂକ୍ରମଣର ପ୍ରତିରୋଧ ଲାଗି ଆଣ୍ଟିବାୟୋଟିକ୍ ଭାବେ ବ୍ୟବହାର କରାଯାଇପାରିବ। ହାଇଡ୍ରୋକ୍ସି-କ୍ଲୋରୋକୁଇନ୍‌କୁ ଅନୁମୋଦନ ସମ୍ପର୍କରେ ଆଇସିଏମଆର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ ରବିବାର ନୋଟିସ ଜାରି କରିଛନ୍ତି। ଅନୁମୋଦନ ଅନୁଯାୟୀ ରୋଗୀକୁ ଦୈନିକ ୪୦୦ ମିଲିଗ୍ରାମର କ୍ଲୋରୋକୁଇନ ଦିନକୁ ଦୁଇଥର ଖାଦ୍ୟ ପରେ ଖାଇବାକୁ ଦିଆଯିବ। ତେବେ ୧୫ବର୍ଷରୁ କମ୍ ବୟସର ପିଲାଙ୍କୁ ଏହା ଦିଆଯିବ ନାହିଁ। ତେବେ ଡାକ୍ତରଙ୍କ ଅନୁମୋଦନକ୍ରମେ ଏହି ଔଷଧ ଖାଇବା ଲାଗି କୁହାଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories