ଭତ୍ତା ପାଇଁ ଭିନ୍ନକ୍ଷମଙ୍କ ଅଭିନବ ପ୍ରତିବାଦ

0

ବାଲେଶ୍ୱର: ଭତ୍ତା ପାଇଁ ଜଣେ ଭିନ୍ନକ୍ଷମ ଅଭିନବ ପ୍ରତିବାଦ କରିଥିବା ଆଜି ଦେଖିବାକୁ ମିଳିଛି । ଭତ୍ତା ନ ମିଳିବାରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୋଇ ଅଭିନବ ପ୍ରତିବାଦ ଜଣାଇଛନ୍ତି ବାଲେଶ୍ୱର ଜିଲା ସଦର ବ୍ଲକ ରୂପସା ବରହମପୁରର ତୀର୍ଥବାସୀ ରଣା (୬୩) । ୮୦ ପ୍ରତିଶତ ଭିନ୍ନକ୍ଷମ ସାର୍ଟିଫିକେଟ ଥାଇ ବି ଦୁଇ ବର୍ଷ ହେଲା ଭତ୍ତା ପାଇଁ ଆବେଦନ କରି ଆସୁଛନ୍ତି, ହେଲେ କୌଣସି ସୁଫଳ ମିଳିନଥିଲା । ତେଣୁ ବାଧ୍ୟ ହୋଇ ସେ ଏଭଳି ପନ୍ଥା ଅବଲମ୍ବନ କରିଥିବା କହିଛନ୍ତି ତୀର୍ଥବାସୀ ।

ପୁଅ ସତ୍ୟବ୍ରତ ରଣାଙ୍କଠାରୁ ମିଳିଥିବା ସୂଚନାରୁ ଜଣା ଯାଇଛି ଯେ ପଞ୍ଚାୟତ କାର୍ଯ୍ୟାଳୟରେ ସେ ବାପାଙ୍କର ଦୁଇବର୍ଷ ହେଲା ଭତ୍ତା ପାଇଁ ଆବେଦନ କରି ଆସୁଛନ୍ତି । ବାପା ତଳେ ପଡ଼ି ଯିବା ପରେ ତାଙ୍କର କେତେକ ଅଙ୍ଗ ଅଚଳ ହୋଇ ପଡ଼ିଥିଲା । ଭିନ୍ନକ୍ଷମ ଭତ୍ତା ପାଇଁ ପଞ୍ଚାୟତ ସହ ବ୍ଲକକୁ ମଧ୍ୟ ଅନେକ ଥର ଆସିଛନ୍ତି । ହେଲେ ସବୁଥର ତାଙ୍କୁ ହେବ ହେବ ବୋଲି କୁହାଯାଉ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ହୋଇପାରୁ ନାହିଁ ।

Leave A Reply