www.samajalive.in
Sunday, December 7, 2025
26.1 C
Bhubaneswar

ବଲିଉଡ଼ ଗାୟିକା କନିକା କପୁର କରୋନା ସଂକ୍ରମିତ

ମୁୁମ୍ବଇ: ବଲିଉଡ଼ର ଲୋକପ୍ରିୟ ଗାୟିକା କନିକା କପୁର କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି। ସେ ୧୫ ମାର୍ଚ୍ଚରେ ଲଣ୍ଡନରୁ ଲକ୍ଷ୍ନୌ ଫେରିଥିଲେ। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍‍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ଏବେ ଖୁବ୍‍ ଭୟଭୀତ ହୋଇପଡ଼ିଛନ୍ତି। ୪ ଦିନ ପୂର୍ବରୁ ତାଙ୍କଠାରେ କରୋନା ଲକ୍ଷଣ ଦେଖାଯିବାରୁ ସେ ନମୁନା ପରୀକ୍ଷା ପାଇଁ ପଠାଇଥିଲେ।

ମିଳିଥିବା ସୂଚନା ମୁତାବକ, ବିମାନବନ୍ଦରରେ ସେ ଯାଞ୍ଚ ନ କରାଇ ଗ୍ରାଉଣ୍ଡ ଷ୍ଟାଫ୍‍ଙ୍କ ସହ ମିଶି ଶୌଚାଳୟରେ ଲୁଚି ସେଠାରୁ ଫେରାର୍‍ ହୋଇଯାଇଥିଲେ। ରବିବାର କନିକା ଲକ୍ଷ୍ନୌର ଗେଲେଣ୍ଟ ଆପାର୍ଟମେଣ୍ଟରେ ଏକ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ଲକ୍ଷ୍ନୌର ଅନେକ ବଡ଼ ଅଧିକାରୀ ଓ ନେତା ସାମିଲ ହୋଇଥିଲେ। ତାଙ୍କ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍‍ ଆସିବା ପରେ ସମ୍ପୂର୍ଣ୍ଣ ଆପାର୍ଟମେଣ୍ଟରେ ଏବେ ଆତଙ୍କ ଖେଳିଯାଇଛି। ଏପରିକି ଏହି ଆପାର୍ଟମେଣ୍ଟରେ ରହୁଥିବା କିଛି ଲୋକ ଘର ଛାଡ଼ି ଅନ୍ୟ ସ୍ଥାନକୁ ପଳାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଆପାର୍ଟମେଣ୍ଟରେ ସେହି ପାର୍ଟିରେ ଉପସ୍ଥିତ ଥିବା ସମସ୍ତ ଲୋକ, ଚାକର, ରୋଷେୟା ପ୍ରମୁଖ ଏବେ ଖୁବ୍‍ ଭୟଭୀତ ଅଛନ୍ତି। କନିକାଙ୍କ ପୁରା ପରିବାର ଏହି ଆପାର୍ଟମେଣ୍ଟରେ ରୁହନ୍ତି ଏବଂ ଏବେ ତାଙ୍କ ପରିବାର ଲୋକଙ୍କୁ କ୍ୱାରେଣ୍ଟାଇନ୍‍(ସଙ୍ଗରୋଧ)ରେ ରଖାଯାଇଛି। ଏହା ମଧ୍ୟ ଖବର ମିଳିଛି ଯେ, କନିକା ଲକ୍ଷ୍ନୌର ତାଜ୍‍ ହୋଟେଲରେ ମଧ୍ୟ ରହିଥିଲେ।

- Advertisement -

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କନିକାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କଲ୍‍ କରାଯାଇଛି ଓ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, କନିକା ବେବିଡଲ୍‍, ଜୁଗ୍‍ନୀ, ଚିଟ୍ଟିୟାଁ କଲାଇୟାଁ ଓ ଦେଶୀ ଲୁକ୍‍ ଆଦି ଅନେକ ସୁପରହିଟ୍‍ ଗୀତ ଗାଇଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories