ଆଫଗାନିସ୍ତାନ ଟେଷ୍ଟ ପାଇଁ ବାଦ ପଡିଲେ ସାମି ; ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

0

ବେଙ୍ଗାଲୁରୁ: ଜୁନ୧୪ରୁ ବେଙ୍ଗାଲୁରୁ ଆଫଗାନିସ୍ତାନ ବିରୁଦ୍ଧରେ ଅନୁଷ୍ଠିତ ହେବାକୁଥିବା ଏକମାତ୍ର ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳରୁ ଦ୍ରୁତ ବୋଲର ମହମ୍ମଦ ସାମି ବାଦ ପଡିଛନ୍ତି। ବିସିସିଆଇର ସିନିୟର ମନୋନୟନ କମିଟି ମହମ୍ମଦ ସାମିଙ୍କ ସ୍ଥାନରେ ଦିଲ୍ଲୀର ଦ୍ରୁତ ବୋଲର ନବଦୀପ ସୈନୀଙ୍କୁ ଦଳରେ ସାମିଲ କରିଛନ୍ତି। ନବଦୀପ ଗତ ରଣଜୀ ସିଜିନରେ ସର୍ବାଧିକ ୱିକେଟ ଅକ୍ତିଆର କରିଥିଲେ। ବିସିସିଆଇର କହିବା ଅନୁସାରେ ସାମି ବେଙ୍ଗାଲୁରୁ ଜାତୀୟ କ୍ରିକେଟ ଏକାଡେମିରେ ହୋଇଥିବା ଫିଟନେସ ଟେଷ୍ଟରେ ବିଫଳ ହୋଇଥିଲେ। ଯେଉଁ କାରଣରୁ ଆଫଗାନିସ୍ତାନ ବିରୁଦ୍ଧରେ ହେବାକୁଥିବା ଐତିହାସିକ ଟେଷ୍ଟରୁ ତାଙ୍କୁ ବାଦ ଦିଆଯାଇଛି।

Leave A Reply