‘ବିଶ୍ୱରୂପମ- ୨’ ଟ୍ରେଲର : କମଲ ହାସନଙ୍କ ଦମଦାର ଆକ୍ସନ

0

ନୂଆଦିଲ୍ଲୀ : କମଲ ହାସନଙ୍କ ‘ବିଶ୍ୱରୂପମ- ୨’ ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଉଭୟ ପ୍ରଯୋଜନା ଏବଂ ନିର୍ଦେଶନା ଭାର ତୁଲାଇଛନ୍ତି କମଲ ହସନ। ତାଙ୍କ ଅଭିନୀତ ଚଳଚ୍ଚିତ୍ର ବିଶ୍ୱରୂପର ଏହା ହେଉଛି ଦ୍ୱିତୀୟ ଭାଗ। ଏହି ଚଳଚ୍ଚିତ୍ର ଟ୍ରେଲରରେ ରାହୁଲ ବୋଶ , ପୂଜା କୁମାର , ଶେଖର କପୁର , ବହିଦା ରେହମାନ ଭଳି କଳାକାର ନଜର ଆସିଛନ୍ତି। ତେଲୁଗ ,ତାମିଲି ,ହିନ୍ଦୀ ଏହିଭଳି ତିନୋଟି ଭାଷାରେ ମୁକ୍ତିଲାଭ କରିଛି ଏହାର ଟ୍ରେଲର। ଅମିର ଖାନ ହିନ୍ଦୀ ଭାଷାରେ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିଥିଲାବେଳେ ଚେନ୍ନଇରେ କମଲ ହାସନଙ୍କ ଝିଅ ଶ୍ରୁତି ହାସନ ଓ ଜୁନିଅର ଏନଟିଆର ତାମିଲ ଏବଂ ତେଲୁଗ ଭାଷାରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ କରିଛନ୍ତି।

Leave A Reply