ମୁକ୍ତିଲାଭ କଲା ‘ସୁରମା’ର ଟ୍ରେଲର

0

ନୂଆଦିଲ୍ଲୀ : ସୋନି ପିକଚର୍ସ ପ୍ରଯୋଜିତ ସାଦ ଅଲ୍ଲି ନିର୍ଦେଶିତ ଚଳଚ୍ଚିତ୍ର ‘ସୁରମା’ର ଟ୍ରେଲର ମୁକ୍ତିଲାଭ କରିଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଦିଲଜିତ ଦୋସଞ୍ଜ ଓ ତାପସି ପାନ୍ନୁ। ଏହି ଚଳଚ୍ଚିତ୍ରଟି ଉଭୟ ହିନ୍ଦୀ ଏବଂ ପଞ୍ଜାବି ଭାଷାରେ ମୁକ୍ତିଲାଭ କରିବାକୁ ଥିଲାବେଳେ ଏଥିରେ ସଙ୍ଗିତ ନିର୍ଦେଶନାର ଭାର ତୁଲାଇଛନ୍ତି ସଙ୍କର ଏହସାନ ଲୋଏ।
ଭାରତୀୟ ହକି ଖେଳାଳୀ ସନ୍ଦିପ ସିଂଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରରେ ଦିଲଜିତ ଦୋସଞ୍ଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୨୦୦୬ରେ ଗୋଡ଼ରେ ଗୁଳି ମାଡ଼ରୁ ହକି ଖେଳାଳି ସନ୍ଦୀପ ପକ୍ଷାଘାତର ଆକ୍ରାନ୍ତ ହୋଇଥିଲେ। ମାତ୍ର ନିଜ ରୋଗକୁ ପଛରେ ପକାଇ ସେ ପୁଣି ପଡିଆକୁ ଓହ୍ଲାଇଥିଲେ ଓ ୨୦୦୯ ମସିହାରେ ଭାରତ ପାଇଁ ଅଲଜାନ ସାହା କପ ଆଣିଥିଲେ। ଏହାକୁ ନେଇ ଚଳଚ୍ଚିତ୍ର କାହାଣୀ ଆଗକୁ ବଢିଛି।

Leave A Reply