କରୋନା ମୁକାବିଲା: କୋଭିଡ଼୍-୧୯ ସରକାରୀ ପୋର୍ଟାଲରେ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ପଞ୍ଜୀକରଣ କଲେ ନବୀନ
ଭୁବନେଶ୍ବର: କରୋନା ମୁକାବିଲା ପାଇଁ ବିଦେଶ ଫେରନ୍ତାଙ୍କ ଲାଗି ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ କୋଭିଡ଼୍-୧୯ ସରକାରୀ ପୋର୍ଟାଲରେ ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼ ଭଉଣୀ ବିଦେଶରୁ ଫେରିଥିବାରୁ ତାଙ୍କ ନାଁ ଏହି ପୋର୍ଟାଲରେ ପଞ୍ଜୀକରଣ କରିଥିବା ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଜଣାଇଛନ୍ତି। ଏହା ସହ ସମସ୍ତ ବିଦେଶ ଫେରନ୍ତା ନାଗରିକ ଏଥିରେ ନିଜ ନାଁ ପଞ୍ଜୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଏହା ଓଡ଼ିଶାକୁ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହେବ ବୋଲି ନବୀନ କହିଛନ୍ତି।
I have registered my sister’s details in the Government portal for persons coming from abroad. I appeal all of you to also register details about your family members and friends coming from abroad. This will help protect #Odisha from #CoronaVirus#Register4Covid19SafeOdisha
— Naveen Patnaik (@Naveen_Odisha) March 18, 2020
Comments are closed.