www.samajalive.in
Sunday, December 7, 2025
26.1 C
Bhubaneswar

କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମିଳିଛି ଆଇକନିକ୍‍ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ କେଣାର୍କ ସୂର୍ୟ୍ୟ ମନ୍ଦିରକୁ ରାଷ୍ଟ୍ରିୟ ଐତିହ୍ୟ ପର୍ୟଟନ ସ୍ଥଳୀ ମାନ୍ୟତା ମିଳିବା ନେଇ ରାଜ୍ୟସଭାରେ ସୂଚନା ଦେଇଛନ୍ତି ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ। ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ପଟେଲ କହିଛନ୍ତି ଯେ କୋଣାର୍କ ମନ୍ଦିର ସମେତ ଗୁଜୁରାତର ଏକ ଐତିହ୍ୟକୁ ଆଇକନିକ ସାଇଟ ତାଲିକାରେ ସାମିଲ ପରେ ଆଇକନିକ ସାଇଟ ସଂଖ୍ୟା ୧୭ରୁ ୧୯କୁ ବୃଦ୍ଧି ପାଇଛି। ଐତିହ୍ୟ ସ୍ଥଳୀ ତାଲିକାରେ ଓଡ଼ିଶାକୁ ସ୍ଥାନ ଦେବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତାଙ୍କୁ ଚିଠି ଲେଖିଥିଲେ ଏବଂ ଏହି ପ୍ରସଙ୍ଗରେ ବିଭିନ୍ନ ପ୍ରତିନିଧି ଦଳ ତାଙ୍କୁ ଭେଟିଥିଲେ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜଣାଇଥିଲେ। କୋଣାର୍କ ମନ୍ଦିରରୁ ବାଲି କାଢ଼ିବା ପ୍ରସଙ୍ଗରେ ଖୁବ୍‍ ଶୀଘ୍ର ନିଷ୍ପତି ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପଟେଲ ରାଜ୍ୟସଭାରେ କହିଥିଲେ।

ସେହିପରି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏଏସଆଇ ଅଧିନରେ ଓଡ଼ିଶାର ୮୦ଟି ପ୍ରତ୍ୱତତ୍ନ ସ୍ଥଳୀ ରହିଛି। ବର୍ତ୍ତମାନ ଏହି ସଂଖ୍ୟା ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories