www.samajalive.in
Sunday, December 7, 2025
26.1 C
Bhubaneswar

‘କରୋନା’ ମୁକାବିଲା: ପିଡିଏସ୍ ସାମଗ୍ରୀ ୩ ମାସ ପାଇଁ ଆଗୁଆ ଯୋଗାଇ ଦେବାକୁ ବିଚାର କରୁଛୁ- ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ‘କରୋନା’କୁ ନେଇ ଅଯଥା ଆତଙ୍କିତ ହୁଅନ୍ତୁ ନାହିଁ ବରଂ ସଚେତନ ରୁହନ୍ତୁ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ଅଭାବ ରହିବ ନାହିଁ। ସମସ୍ତ ରାସନ ସାମଗ୍ରୀ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। ସ୍ଥିତିକୁ ଦୃଷ୍ଟିରେ ରଖି ପିଡିଏସ୍ ସାମଗ୍ରୀ ୩ ମାସ ପାଇଁ ଆଗୁଆ ଯୋଗାଇ ଦେବା ପାଇଁ ବିଚାର କରୁଛୁ ଏବଂ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏ ସମ୍ପର୍କରେ ଆମେ ଜଣାଇ ଦେବୁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ମଙ୍ଗଳବାର ରାଜ୍ୟରେ ‘କରୋନା’ ସ୍ଥିତି ଓ ମୁକାବିଲା ନେଇ ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ ଏହା କହିଛନ୍ତି।

ମନ୍ତ୍ରୀଙ୍କ କହିବାନୁସାରେ, ଆମ ବିଭାଗ ‘କରୋନା’କୁ ନେଇ ସମ୍ପୂର୍ଣ୍ଣ ସଚେତନ ଅଛି। ବଜାରରେ ଯେପରି କୌଣସି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନ ରହେ ତା’ ଉପରେ ଆମେ କଡ଼ା ନଜର ରଖିଛୁ ଓ ଅନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ୟ୍ୟ କରୁଛୁ। ସବୁ ଜିଲାପାଳଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସଜାଗ କରାଯାଇଛି।

- Advertisement -

ମନ୍ତ୍ରୀ ପୁନଶ୍ଚ କହିଛନ୍ତି, ବଜାରରେ ମାସ୍କ ଓ ସାନିଟାଇଜର୍ର ଅଭାବ ଦେଖାଦେଇଛି, କାରଣ ଲୋକମାନେ ଅଧିକ ମାତ୍ରାରେ ଏହାକୁ ଆବଶ୍ୟକ କରୁଛନ୍ତି। ସାନିଟାଇଜର ଓ ମାସ୍କର ଉତ୍ପାଦନ ଅଧିକ ମାତ୍ରାରେ ଚାଲିଛି ଓ ଖୁବ୍ କମ୍ ଦିନରେ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଏହା ଉପଲବ୍ଧ ହେବ।

ଗୁଜବରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ଗୁଜବକାରୀଙ୍କ ବିଷୟରେ ଖବର ମିଳିଲେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories