www.samajalive.in
Wednesday, December 10, 2025
15.1 C
Bhubaneswar

ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ମୃତ

ଲାଠୋର : ବଲାଙ୍ଗୀର ଜିଲା ଲାଠୋର ଥାନା ଅନ୍ତର୍ଗତ ବାଦିମାଲ ଠାରେ ଏକ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଡ୍ରାଇଭର ଜଣଙ୍କ ହେଉଛନ୍ତି ବାଦିମାଲ ଗ୍ରାମର ଅମୃତ କରୁଆଁ ।

ସୂଚନା ଅନୁଯାୟୀ, ଅମୃତ କରୁଆଁ ଏକ ଟ୍ରାକ୍ଟର (ନଂ ଓଡି ୦୩ ପି ୪୨୭୨) ଯୋଗେ ବେନ୍ଦେର ଗ୍ରାମରେ ସାମଗ୍ରୀ ଅନ୍‍ଲୋଡ କରି ଖାଲି ଗାଡି ନେଇ ଘରକୁ ଖାଇବା ପାଇଁ ଆସୁଥିଲେ। ବାଦିମାଲ ଗ୍ରାମ ମୁଣ୍ଡରେ କୌଣସି କାରଣରୁ ଟ୍ରାକ୍ଟରଟି ଓଲଟି ପଡିବାରୁ ଟ୍ରାକ୍ଟର ତଳେ ଡ୍ରାଇଭର ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଡ୍ରାଇଭରଙ୍କ ମୃତ୍ୟୁ ପରେ ସ୍ତ୍ରୀ ମନ କରୁଆଁ ଏବଂ ଦୁଇ ପୁଅ ମୁନା ଓ ଜିତେନ୍ଦ୍ର ସଂପୂର୍ଣ୍ଣ ରୂପେ ଅନାଥ ହୋଇପଡ଼ିଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଲାଠୋର ଥାନାରେ କୌଣସି ପ୍ରକାର ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories