ନେହରୁଙ୍କ ଅପେକ୍ଷା ମୋଦୀ ଅଧିକ ଲୋକପ୍ରିୟ : ନକବୀ

0

ଆହ୍ଲାବାଦ : କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖ୍‍ତାର ଆବାସ ନକବୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କଠାରୁ ଅଧିକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଅନ୍ତର୍ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି ଏବଂ ମାନବିକତାର ଏକ ବଡ଼ ଦିଗଦର୍ଶନ ସାଜିଛନ୍ତି। ଦିନେ ଏଭଳି ଲୋକପ୍ରିୟତା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କର ଥିଲା। ମାତ୍ର ମୋଦୀଙ୍କ ଲୋକପ୍ରିୟତା ନେହରୁଙ୍କଠାରୁ ବହୁ ଅଧିକ। ଆହ୍ଲାବାଦର ସର୍କିଟ ହାଉସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନକବୀ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଅବସରରେ ସେ ମୋଦୀଙ୍କ ଶାସନ କାଳରେ ସଂଖ୍ୟାଲଘୁଙ୍କ ପାଇଁ ହୋଇଥିବା ଜନହିତକର କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ପୂର୍ବରୁ ସଂଖ୍ୟାଲଘୁ ସମାଜର ମାତ୍ର ୨ରୁ ୩% ଯୁବକ ଯୁବତୀ ୟୁପିଏସ୍‍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିଲାବେଳେ ଏବେ ଚିତ୍ର ବଦଳିଛି ଓ ଗତ ବର୍ଷ ୧୨୬ ଏବଂ ଚଳିତ ବର୍ଷ ୧୩୨ ସଂଖ୍ୟାଲଘୁ ଯୁବକଯୁବତୀ ୟୁପିଏସ୍‍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ସେ କହିଥିଲେ। ସେହିପରି ଚଳିତ ବର୍ଷ ବିନା ମହରମ (ପୁରୁଷ ଅଭିଭାବକ)ରେ ୧୩୦୦ରୁ ଅଧିକ ମୁସଲମାନ ମହିଳା ହଜ୍‍ ଯାତ୍ରାରେ ଯିବାର ସୁଯୋଗ ପାଇଛନ୍ତି ବୋଲି ସେ ସୂଚନା ଦେଇଥିଲେ।

kalyan agarbati
Leave A Reply