କେରଳରେ ବର୍ଷା ବିତ୍ପାତ : ୧୩ ମୃତ

0

ନୂଆଦିଲ୍ଲୀ : କେରଳରେ ମୌସୁମୀ ଜନିତ ବର୍ଷା ବିତ୍ପାତରୁ ଶନିବାର ଓ ରବିବାର ଦୁଇ ଦିନରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ଜନିତ ଦୁର୍ଘଟଣାରୁ ଶନିବାର ୯ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ରବିବାର ୪ ଜଣଙ୍କ ମୃତ୍ୟୁ ଘଟିଛି। ଏପଟେ ଉତ୍ତର ଭାରତର ଅନେକ ରାଜ୍ୟରେ ତାପମାତ୍ରା ସାମନ୍ୟଠାରୁ ଅଧିକ ରହିଛି। କେରଳ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂଚନା ଅନୁସାରେ ଲଗାଣ ବର୍ଷାରୁ ଅନେକ ଶାଖା ନଦୀ କୂଳ ଲଙ୍ଘିଥିବାବେଳେ ଜଳ ପ୍ରବାହ ପ୍ରଖର ହୋଇଛି। ରବିବାର ତିରୁଅନନ୍ତପୁରମ, ପଠନାମାଥିଟ୍ଟା ଏବଂ ଆଲାପୁଜା ଜିଲାରେ ନଦୀରେ ବୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଛି।

Leave A Reply