ଶରଦ କୁମାର ଭିଜିଲାନ୍ସ କମିଶନର ନିଯୁକ୍ତ

0

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ପୂର୍ବତନ ମହାନିର୍ଦେଶକ ଶରଦ କୁମାରଙ୍କୁ ରବିବାର କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ର ଭିଜିଲାନ୍ସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ୧୯୭୯ ବ୍ୟାଚ ହରିୟାଣା କ୍ୟାଡର ଆଇପିଏସ୍‍ ଅଫିସର ଶ୍ରୀ କୁମାର ଗତବର୍ଷ ସେପ୍ଟେମ୍ବରରେ ଅବସର ଗ୍ରହଣ କରିଥିଲେ। ଏବେ ତାଙ୍କୁ ସିଭିସିର ଭିଜିଲାନ୍ସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଫେବୃଆରୀ ମାସରୁ ସିଭିସିର ଭିଜିଲାନ୍ସ କମିଶନର ପଦ ଖାଲି ପଡିଥିଲା। ୨୦୨୦ ପର୍ଯ୍ୟନ୍ତ ଶ୍ରୀ କୁମାର ଏହି ପଦରେ ରହିବେ।

Leave A Reply