ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଯୋଜନା କରିଛି ଆରଏସଏସ: ଶିବସେନା

0

ମୁମ୍ବଇ : ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍‍) ଯୋଜନା କରିଛି ବୋଲି ଶିବସେନା କହିଛି। ଆରଏସଏସ୍‍ କାର୍ଯ୍ୟକ୍ରମରେ ପ୍ରଣବ ଯୋଗଦେବାର ଦୁଇଦିନ ପରେ ଶିବସେନା ଏପରି ଦାବି କରିଛି। ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ଯେ ପ୍ରଣବଙ୍କୁ ଆରଏସଏସ୍‍ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯିବାର ଉଦ୍ଦେଶ୍ୟ ହେଉଛି ତାଙ୍କୁ ୨୦୧୯ ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା। ଶ୍ରୀ ରାଉତ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ବିଜେପି ୧୦୦ରୁ ଅଧିକ ଆସନ ହରାଇବାର ଆଶଙ୍କା ରହିଛି। ତେଣୁ ଆରଏସଏସ୍‍ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି ଏକ ପରିସ୍ଥିତି ସୃଷ୍ଟି କରିଛି। ବିଜେପି ଯଦି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲରେ ବିଫଳ ହୁଏ ତେବେ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ କରାଯିବ। ଆଗାମୀ ନିର୍ବାଚନକୁ ଏକଜୁଟ୍‍ ହୋଇ ଲଢିବା ଲକ୍ଷ୍ୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ନିକଟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ଶାହା ଓ ଠାକରେଙ୍କ ସାକ୍ଷାତ ପରେ ଶିବସେନା ଏପରି ମନ୍ତବ୍ୟ ଦେଇଛି।

Leave A Reply