www.samajalive.in
Monday, December 8, 2025
14.1 C
Bhubaneswar

ପ୍ରବଚନ ଶୁଣିଲେ କେବଳ ଖରାପ ଅଭ୍ୟାସରୁ ମୁକ୍ତି ମିଳେ ନାହିଁ ; ଏଥିପାଇଁ ନିଜକୁ ହିଁ ପ୍ରୟାସ କରିବାକୁ ପଡ଼େ

ଖରାପ ଅଭ୍ୟାସକୁ ନିଜ ଠାରୁ କିପରି ଦୂରେଇବେ, ଏହାକୁ ନେଇ ଏକ ଲୋକକଥା ରହିଛି। ପୁରାତନ କାଳରେ ଜଣେ ସନ୍ଥ ନିଜ ଆଶ୍ରମରେ ପ୍ରତିଦିନ ପ୍ରବଚନ ଦେଉଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ଆସି ସନ୍ଥଙ୍କୁ କହିଲା ମତେ ମଦ୍ୟପାନ କରିବାର ଅଭ୍ୟାସ ହୋଇ ଯାଇଛି। ଏହି ଖରାପ ଅଭ୍ୟାସ କାରଣରୁ ମୋ ଜୀବନରେ ବହୁ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ମୋ ସାଙ୍ଗମାନେ କହିଥିଲେ , ମୁଁ ପ୍ରତିଦିନ ଏଠାରେ ପ୍ରବଚନ ଶୁଣିଲେ ମୋତେ ଏହି କୁଅଭ୍ୟାସରୁ ମୁକ୍ତି ମିଳିବ। ମୁଁ ମଧ୍ୟ ଏହି ଅଭ୍ୟାସ ଛାଡ଼ିବାକୁ ଇଚ୍ଛୁକ ଥିବାରୁ ପ୍ରତିଦିନ ପ୍ରବଚନ ଶୁଣୁଛି। ମାତ୍ର ମତେ ଏଯାଏଁ କୌଣସି ଲାଭ ମିଳୁନାହିଁ।
ଏହା ଶୁଣି ସନ୍ଥ ଜଣଙ୍କ ସେହି ବ୍ୟକ୍ତିଙ୍କୁ ନେଇ ଆଶ୍ରମର ଏକ କକ୍ଷକୁ ଗଲେ । କକ୍ଷର କାନ୍ଥରେ ସେହି ବ୍ୟକ୍ତିଙ୍କ ଛାଇକୁ ଦେଖି ସନ୍ଥ ଜଣଙ୍କ ସେହି ବ୍ୟକ୍ତିଙ୍କୁ ଏକ ଲଡ଼ୁ ଦେଇ କହିଲେ ତୁମ ଛାଇକୁ ଏହି ଲଡ଼ୁଟି ଖୁଆଇ ପାରିବ କି ? ଏହାଶୁଣି ବ୍ୟକ୍ତି ଜଣଙ୍କ କହିଲେ ଏହା କିପରି ସମ୍ଭବ ଛାଇକୁ ଲଡ଼ୁ ଖୁଆଇବା କ’ଣ ସମ୍ଭବ ବୋଲି ସନ୍ଥଙ୍କୁ ପ୍ରଶ୍ନ କଲେ। ଏହାଶୁଣି ସନ୍ଥ ଜଣଙ୍କ କହିଲେ ତୁମ ସହ ବର୍ତ୍ତମାନ ଏହା ହିଁ ହେଉଛି। ତୁମେ ତୁମ ଛାଇଙ୍କୁ ଲଡ଼ୁ ଖୁଆଇବାକୁ ଚେଷ୍ଟା କରୁଛ। କେବଳ ପ୍ରବଚନ ଶୁଣିଲେ ଖରାପ ଅଭ୍ୟାସରୁ ମୁକ୍ତି ମିଳିବ ନାହିଁ। ଏହାକୁ ନିଜ ଜୀବନରେ ମଧ୍ୟ କାର୍ଯ୍ୟକାରୀ କରିବାକୁ ହେବ। ତୁମେ ଯଦି ଖରାପ ଅଭ୍ୟାସରୁ ମୁକ୍ତି ପାଇବାକୁ ଚାହୁଁଛ, ତେବେ ତୁମକୁ ହିଁ ଏଥିପାଇଁ ଚେଷ୍ଟା କରିବାକୁ ହେବ। ବର୍ତ୍ତମାନ ହିଁ ତୁମେ ମଦ୍ୟପାନ ଛାଡ଼ିବାକୁ ସଙ୍କଳ୍ପ ନିଅ। ଏହି କଥାଟି ଶୁଣି ବ୍ୟକ୍ତି ଜଣଙ୍କ ସନ୍ଥଙ୍କ କଥାକୁ ବୁଝିଗଲେ ଓ ମଦ୍ୟପାନ ଛାଡ଼ିବାକୁ ନିଷ୍ପତ୍ତି ନେଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories