www.samajalive.in
Monday, December 8, 2025
13.1 C
Bhubaneswar

ଜୀବନର ମୂଳମନ୍ତ୍ର ; ଭଲ ସମୟରେ ଅଧିକ ଖୁସି ଓ ଖରାପ ସମୟରେ ଅଧିକ ଦୁଃଖିତ ହେବା ଉଚିତ ନୁହେଁ

ମହାଭାରତରେ ବର୍ଣ୍ଣିତ ବିଭିନ୍ନ ଶ୍ଳୋକ ଜୀବନକୁ ସହଜ , ସୁଖମୟ , ଚିନ୍ତାମୁକ୍ତ କରିବା ପାଇଁ ବେଶ ସହାୟକ ହୋଇଥାଏ। ସେଭଳି ଶ୍ଳୋକ ମାନଙ୍କ ମଧ୍ୟରୁ ଗୋଟିଏର ଅର୍ଥ ହେଉଛି; ଖରାପ ସମୟରେ ଅଧିକ ଦୁଃଖୀ ହେବା ଉଚିତ ନୁହେଁ କି ଭଲ ସମୟରେ ଅତ୍ୟଧିକ ଖୁସି ହେବା ଉଚିତ ନୁହେଁ। ଉଭୟ ସମୟରେ ସମଭାବନା ପ୍ରଦର୍ଶନ କରିବା ଉଚିତ। ଏହି ଉପାୟ ହିଁ ଜୀବନକୁ ସହଜ ଓ ବଞ୍ଚିବାର ସରଳ ମାଧ୍ୟମ ଦର୍ଶାଇ ଥାଏ।
ଏହି ମୂଲ୍ୟବାନ କଥା ସହ ସମ୍ବନ୍ଧିତ ଏକ ଲୋକ କଥା ଅନୁଯାୟୀ ଜାଣନ୍ତୁ……….
ପ୍ରଚଳିତ ଲୋକକଥା ଅନୁଯାୟୀ, ଏକ ଆଶ୍ରମରେ ଜଣେ ବ୍ୟକ୍ତି ଗୋଟିଏ ଗାଈ ଦାନ କରିଥିଲେ। ଆଶ୍ରମରେ ଥିବା ଜଣେ ଶିଷ୍ୟ ଏହା ଦେଖି ଖୁବ ଖୁସି ହୋଇ ଗୁରୁଙ୍କୁ କହିଲେ, ଖୁବ ଉତ୍ତମ ହେଲା ଏବେ ପ୍ରତିଦିନ ଗାଈ କ୍ଷୀର, ଲହୁଣି, ଘିଅ, ଛେନା ଆଦି ଖାଇବାକୁ ମିଳିବ। କିଛି ଦିନ ଗୁରୁ-ଶିଷ୍ୟଙ୍କୁ କ୍ଷୀର, ଛେନା ଆଦି ମିଳିଲା। ମାତ୍ର ହଠାତ ଏକ ଦିନ ଦାନ ଦେଇଥିବା ବ୍ୟକ୍ତିଟି ଆସି ଗାଈଟିକୁ ନେଇଗଲା। ଏହା ଦେଖି ଶିଷ୍ୟଟି ଖୁବ ଦୁଃଖିତ ହେଲା ଓ କହିଲା ଗୁରୁଜୀ ସେହି ଲୋକଟି ଗାଈଟିକୁ ନେଇଗଲା। ଏହା ଶୁଣି ଗୁରୁ କହିଲେ ଭଲ ହେଲା ଆମକୁ ଆଉ ଗାଈର ଗୋବର କି ମୂତ୍ର ସଫା କରିବାକୁ ପଡ଼ିବ ନାହିଁ। ଏହା ଶୁଣି ଶିଷ୍ୟ ଗୁରୁଙ୍କୁ ପ୍ରଶ୍ନ କଲା ଗୁରୁଜୀ ଆମେ ଆଉ ଗାଈ କ୍ଷୀର ପାଇବା ନାହିଁ, ଏଥିପାଇଁ କ’ଣ ଆପଣଙ୍କୁ ଦୁଃଖ ଲାଗୁ ନାହିଁ। ଏହା ଶୁଣି ଗୁରୁ ଉତ୍ତର ଦେଲେ ଆମକୁ ସବୁ ସମୟରେ ସମାନ ଭାବନା ରଖିବା ଉଚିତ। ଏହା ହିଁ ସୁଖୀ ଜୀବନର ମୂଳମନ୍ତ୍ର।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories