www.samajalive.in
Saturday, December 6, 2025
23.1 C
Bhubaneswar

ଅଧାରାସ୍ତାରୁ ବରକୁ ଉଠାଇ ନେଲା ପୁଲିସ

ଆଠଗଡ଼ : ବାହାହେବାକୁ ସାଙ୍ଗରେ ବରଯାତ୍ରୀ ଧରି ଯାଉଥିଲା ବର। ହେଲେ ହଠାତ୍ ଅଧା ରାସ୍ତାରେ ଗାଡ଼ି ଅଟକାଇ କିଛି ଲୋକ ବରକୁ ଉଠାଇ ନେଲେ। ପରିବାର ଲୋକେ କିଛି ବୁଝି ନ ପାରି ଥାନାର ଦ୍ୱାରସ୍ଥ ହେବା ପରେ ଘଟଣା ଉପରୁ ପରଦା ହଟିଛି। ବରକୁ କୌଣସି ଦୁର୍ବୃତ୍ତ ନୁହେଁ ବରଂ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି। ଢେଙ୍କାନାଳରୁ ଆଠଗଡ଼କୁ ବିବାହ କରିବାକୁ ଯାଉଥିଲା ବର।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲା ତାଳବରକୋଟ ଗାଁର ପ୍ରକାଶ ସ୍ୱାଇଁ ଆଠଗଡ଼ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଆଜି(ଗୁରୁବାର) ଧୁମଧାମ୍‌ରେ ବରଯାତ୍ରୀ ଧରି ଆଠଗଡ଼ ଆସୁଥିଲେ। ବୀରକିଶୋରପୁର ଶିବ ମନ୍ଦିରରେ ବିବାହ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ମନ୍ଦିରଠାରୁ ମାତ୍ର କିଛି ବାଟ ପୂର୍ବରୁ ସାପୁଆ ପୋଲ ଉପରୁ ବରକୁ ପୁଲିସ ଉଠାଇ ନେଇଛି। ସାଦା ପୋଷାକଧାରୀ ପୁଲିସ କର୍ମଚାରୀ ଏକ ବୋଲେରୋରେ ଆସି ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ଏନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି।

- Advertisement -

ଏସ୍‌ପିଙ୍କ ସୂଚନା ଅନୁସାରେ, ୨୦୧୮ ମସିହା ଫେବୃୟାରୀ ୭ ତାରିଖରେ ବାଙ୍କୀ ଥାନା ଅନ୍ତର୍ଗତ କଦଳୀବାଡିରେ ହୋଇଥିବା ଏକ ହତ୍ୟା ଘଟଣାରେ ପ୍ରକାଶ ସମ୍ପୃକ୍ତ ଥିଲା। ଦୁଇ ବର୍ଷ ହେଲା ପୁଲିସ ଆଖିରେ ଧୂଳି ଦେଇ ସେ ଫେରାର ହୋଇ ବୁଲୁଥିଲା। ତେବେ ଖବର ପାଇ ପୁଲିସ ଆଜି ପ୍ରକାଶକୁ ଉଠାଇନେଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories