ସଲମାନଙ୍କୁ ହତ୍ୟାଧମକ ଦେଇଥିବା ଗ୍ୟାଙ୍ଗଷ୍ଟାର ଗିରଫ

0

ନୂଆଦିଲ୍ଲୀ: ହରିୟାନାର ସ୍ୱତନ୍ତ୍ର ଫୋର୍ସ(ଏଟିଏସ) ମୋଷ୍ଟ ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟାର ସମ୍ପତ ନେହେରାକୁ ହାଇଦ୍ରାବାଦରୁ ବୁଧବାର ଗିରଫ କରିଛି। ନେହେରା ଦୀର୍ଘ ଦିନ ଧରି ସଲମାନଙ୍କୁ ହତ୍ୟା କରିବାକୁ ଚକ୍ରାନ୍ତ କରୁଥିଲା। ଏଥିପାଇଁ ସଲମାନଙ୍କ ଗତିବିଧି ଉପରେ ନଜର ରଖିଥିଲା ବୋଲି ପୁଲିସ ସୂଚନା ଦେଇଛି। ଏପରିକି ସଲମାନଙ୍କ ଘରୁ ବାହାରିବା ଓ ପଶିବା ସମୟ, ତାଙ୍କ ସୁରକ୍ଷାକର୍ମୀଙ୍କ ସମ୍ପର୍କରେ ମଧ୍ୟ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲା ନେହେରା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସଦସ୍ୟ ନେହେରାକୁ ସଲମାନଙ୍କୁ ହତ୍ୟା କରିବାର ଦାୟିତ୍ୱ ଦିଆଯାଇ ଥିଲା। କଳା ହରିଣ ମାରିବା ଅଭିଯୋଗରେ ଲରେନ୍ସ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା କରିବେ ବୋଲି ସୋସିଆଲ ମିଡିଆରେ ଧମକ ଦେଇଥିଲେ। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପାଇଁ ନେହେରା ହତ୍ୟା, ଅପହରଣ, ସୁପାରୀ ନେଇ ହତ୍ୟା ପରି ୧୦ରୁ ଊଦ୍ଧ୍ୱର୍ ମାମଲାରେ ସମ୍ପୃକ୍ତ ନେହେରା ବୋଲି ପୁଲିସ ସୂଚନା ଦେଇଛି। ନେହେରାର ପରବର୍ତ୍ତୀ ଟର୍ଗେଟ ସଲମାନ ଖାନ୍‍ ଥିଲେ। ସଲମାନଙ୍କୁ ହତ୍ୟା କରି ବିଦେଶକୁ ପଳାଇବାର ଯୋଜନା କରିଥିଲା। ନେହେରାଙ୍କୁ ହରିୟାନା, ପଞ୍ଜାବ, ରାଜସ୍ଥାନ ଓ ଚଣ୍ଡିଗଡ଼ ପୁଲିସ ୱାଣ୍ଟେଡ଼ ତାଲିକାରେ ରଖିଥିଲେ।

Leave A Reply