www.samajalive.in
Sunday, December 7, 2025
14.1 C
Bhubaneswar

ମଧ୍ୟପ୍ରଦେଶ ସଙ୍କଟ: ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବାକୁ କଂଗ୍ରେସର ଉଦ୍ୟମ

ଭୋପାଳ: ମଧ୍ୟପ୍ରଦେଶରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜ୍ୟ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ସିନ୍ଦିଆଙ୍କ ପରେ ପରେ ୨୨ ବିଧାୟକ ଇସ୍ତଫା ଦେବାରୁ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାର ଏବେ ସମ୍ପୂର୍ଣ୍ଣ ଅଡୁଆରେ ପଡ଼ିଯାଇଛି। ସିନ୍ଦିଆ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ବିଜେପିର କିଛି ବିଧାୟକ ଦଳ ବଦଳ କରିବା ନେଇ ମଧ୍ୟ ଆଶଙ୍କା ଉପୁଜିଛି। ତେଣୁ ବିଜେପି ଏହାର ବିଧାୟକମାନଙ୍କୁ ଗୁରୁଗ୍ରାମକୁ ସ୍ଥାନାନ୍ତର କରିନେଇଛି। ସେପଟେ କଂଗ୍ରେସ ନିଜ ବିଧାୟକମାନଙ୍କୁ ରାଜସ୍ଥାନ ନେଇଯିବାକୁ ପ୍ରସ୍ତୁତି ଚଳାଇଛି। ଏପରି ସ୍ଥିତିରେ କଂଗ୍ରେସ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବା ଲାଗି ଜୋରଦାର ପ୍ରୟାସ ଜାରି ରଖିଛି। ମିଳିଥିବା ସୂଚନା ମୁତାବକ, ଅସନ୍ତୁଷ୍ଟ ବିଧାୟକମାନେ ବେଙ୍ଗାଲୁରୁର ଏକ ହୋଟେଲରେ ଆତ୍ମଗୋପନ କରିଛନ୍ତି। କଂଗ୍ରେସ ନେତା ସଜ୍ଜନ ସିଂହ ବର୍ମା ଏବଂ ଗୋବିନ୍ଦ ସିଂହ ସେମାନଙ୍କୁ ମନାଇବା ଲାଗି ବେଙ୍ଗାଲୁରୁରେ ପହଞ୍ଚିଥିବା ଜଣାପଡ଼ିଛି।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ବାଲା ବଚ୍ଚନ କହିଛନ୍ତି, କଂଗ୍ରେସ ସୁରକ୍ଷିତ ଏବଂ ମଜଭୁତ ସ୍ଥିତିରେ ରହିଛି। ସମସ୍ତେ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ରହିଛନ୍ତି। ଖୁବଶୀଘ୍ର ସବୁକିଛି ଠିକ୍‌ ହୋଇଯିବ। ଆମେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିଦେବୁ ଏବଂ ୨୦୨୩ ପର୍ଯ୍ୟନ୍ତ ଆମ ସରକାର ରାଜ୍ୟରେ କ୍ଷମତାସୀନ ରହିବ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories