www.samajalive.in
Saturday, December 6, 2025
15.1 C
Bhubaneswar

‘୪ ସ୍ତ୍ରୀ ଏବଂ ୩୬ ସନ୍ତାନ’ ବିକାଶର ପରିପନ୍ଥୀ; ଏଭଳି ମନ୍ତବ୍ୟ ଦେଇ ବିବାଦରେ ବିଜେପି ବିଧାୟକ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନ ବିଜେପି ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ ମୁସଲିମ ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। କୌଣସି ସମ୍ପ୍ରଦାୟର ନାଁ ନ ନେଇ ବିଧାୟକ କହିଛନ୍ତି, ‘୪ ବେଗମ ଏବଂ ୩୬ ସନ୍ତାନ’ ଭୁଲ। ଦେଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆବଶ୍ୟକ।

ବିଧାୟକ ଏକ ଭିଡିଓ ଜରିଆରେ କହିଛନ୍ତି ଯେ, ଦେଶରେ ଜନସଂଖ୍ୟା ବୃଦ୍ଧି ଏକ ବଡ଼ ସମସ୍ୟା। ଏକ ନିର୍ଦିଷ୍ଟ ସମ୍ପ୍ରଦାୟ ରହିଛି, ଯେଉଁମାନଙ୍କର ‘୪ ସ୍ତ୍ରୀ ଏବଂ ୩୬ ସନ୍ତାନ’ ରହିଛନ୍ତି। ଏମିତି ଅଗଣିତ ଉଦାହରଣ ଅଛି। ଏହା ଭୁଲ। ସମସ୍ତଙ୍କ ପାଇଁ ଆଇନ ସମାନ ହେବା ଉଚିତ। ନ ହେଲେ ଦେଶ କିପରି ଆଗକୁ ବଢ଼ିବ ବୋଲି ଆଚାର୍ଯ୍ୟ ପ୍ରଶ୍ନ କରିଛି। ଆମେ ଯଦି ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଚାହିଁବା, ତା’ହେଲେ ଏକ ଗଠନମୂଳକ ରାଜିନାମା ହେବା ଉଚିତ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଅଣାଯିବା ଜରୁରୀ। ଏହି ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories