www.samajalive.in
Saturday, December 6, 2025
15.1 C
Bhubaneswar

ଡ଼ଙ୍ଗରିଆ ମହିଳାଙ୍କୁ ପାଞ୍ଚ ମାସ ହେଲା ମିଳିନି ଭତ୍ତା ଟଙ୍କା 

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ନିୟମଗିରି ପାହାଡ଼ର ପାଦ ତଳେ ରହି ଆସୁଥିବା କାଡ୍ରକା ବଣ୍ଡେଲି ଗ୍ରାମର ନିରୀହ ଆଦିବାସୀ ଡ଼ଙ୍ଗରିଆ ମହିଳାଙ୍କୁ ପାଞ୍ଚ ମାସ ହେବ ଭତ୍ତା ଟଙ୍କା ମିଳିନଥିବା ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ହୁଣ୍ଡଡି କାଡ୍ରକା, କାଡ୍ରକା ମାଝିବେଣି, କାଡ୍ରକା ଗୁରୁବେଣି, କାଡ୍ରକା ବର୍କେଣୀ, ସିକକା କୁଡ଼୍ଞ୍ଜି ପାଞ୍ଚ ମାସ ହେବ ଭତ୍ତା ପାଇନାହାନ୍ତି। କାଡ୍ରକା ଆଲମେଙ୍କ ସ୍ଵାମୀ ବଡ଼ୁରୁ ମୃତ୍ୟୁ ହୋଇ ୪ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭତ୍ତା ଟଙ୍କା ମିଳି ନଥିବା କହିଛନ୍ତି।
ସେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରି ସେଥିରେ ଯେଉଁ ପଇସା ରୋଜଗାର କରେ ସେଥିରେ ସେ ଚଳି ଆସୁଥିବା କହିଛନ୍ତି। ସୁନାଖଣ୍ଡି ପଞ୍ଚାୟତ ଅଫିସ୍ କାର୍ଯ୍ୟାଳୟରୁ ପାଖାପାଖି ପନ୍ଦରରୁ ୨୦କିଲୋମିଟର ଚାଲି ଚାଲି ଆସି ନିରାଶ ହୋଇ ଫେରି ଯାଉଥିବା ଅଭିଯୋଗ କରିଛନ୍ତି। ଏହି ବିଷୟରେ ଗ୍ରାମ ସେବକ ବିଷ୍ଣୁ ପାଣିଗ୍ରାହୀଙ୍କୁ ପଚାରିବାରୁ ସେମାନଙ୍କର କଣ ହୋଇଛି, ପାସ୍ ବୁକ୍ ଅଫଟୁଡେଟ୍ କରିଛନ୍ତି କି ନାହିଁ ସବୁ ଚେକ୍ କରି ଯଦି ପାଇ ନାହାନ୍ତି ତାହା ହେଲେ ଦିଆଯିବ ବୋଲି କହିଛନ୍ତି। ଏହି ଭଳି ନିରୀହ ଆଦିବାସୀ ଡ଼ଙ୍ଗରିଆ ମହିଳାଙ୍କୁ ପାଞ୍ଚ ମାସ ଭତ୍ତା ଟଙ୍କା ନ ମିଳିବା କଥା ଆଲୋଚନା ଜୋର ଧରିଛି। ଗତ ଦିନରେ ନିୟମଗିରି ପାହାଡ଼ରେ ଥିବା ଡଙ୍ଗରିଆ ଗ୍ରାମକୁ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକ ସେମାନଙ୍କ ଦୁଃଖ ବୁଝିଥିଲେ । ଏହାପରେ ମଧ୍ୟ ଡଙ୍ଗରିଆ ହିତାଧିକାରୀ ଭତ୍ତାରୁ ବଞ୍ଚିତ ରହିଛନ୍ତି।

ଫ୍ଲିପକାର୍ଟ ସେଲ୍‌ ; ଟିଭି, ଫ୍ରିଜ୍‌, ଫୋନରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories