www.samajalive.in
Monday, December 15, 2025
26.1 C
Bhubaneswar

ଯିଏ ଆମ ସହ ଆମେ ତା ସହିତ… ବିଜେପି ନେତାଙ୍କ ବିବାଦୀୟ ବୟାନ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିବାଦୀୟ ବୟାନ । ଏକ ସଭା ମଞ୍ଚରେ ଶୁଭେନ୍ଦୁ କହିଛନ୍ତି ଯେ ଆପଣ (ବିଜେପି ନେତା) ସବୁବେଳେ କହୁଛନ୍ତି ‘ସବକା ସାଥ୍‍ ସବକା ବିକାଶ’। ହେଲେ ଏବେ ଆମେ କହୁଛୁ ଯିଏ ‘ଆମ ସହିତ, ଆମେ ତା ସହିତ’। ‘ସବକା ସାଥ୍‍ ସବକା ବିକାଶ’ ନାରାବାଜି ବନ୍ଦ କରନ୍ତୁ, ଆମକୁ ସଂଖ୍ୟାଲଘୁ ଗୋଷ୍ଠୀଙ୍କର ଆବଶ୍ୟକତା ନାହିଁ । ଶୁଭେନ୍ଦୁ ଅଧିକାରୀଙ୍କ କହିବା କଥା ହେଲା ଆମେ ଜିତିବା, ଆମେ ହିନ୍ଦୁଙ୍କୁ ରକ୍ଷା କରିପାରିବା ଏବଂ ସମ୍ବିଧାନକୁ ମଧ୍ୟ ରକ୍ଷା କରିପାରିବା । ଅଡିଟୋରିୟମରେ ଅନେକ ବିଜେପି ନେତାଙ୍କ ଉପସ୍ଥିତିରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଶୁଭେନ୍ଦୁ । ଏହାପରେ ହାତଯୋଡି କହିଛନ୍ତି ଏବେ ଆମେ ଏସବୁ କରିବା ନାହିଁ । ଶେଷରେ ଜୟ ଶ୍ରୀରାମ ନାରା ଦେଇଛନ୍ତି ଶୁଭେନ୍ଦୁ । ତାଙ୍କର ଏଭଳି ବୟାନ ପରେ ସେଠାରେ ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତା ମାନେ ତାଳି ମାରି ସ୍ୱାଗତ କରିଥିଲେ ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories