ଭୁବନେଶ୍ଵର: ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓ ‘ଅବୁଝା ମନ’। ଅନ୍ବେଷା ପ୍ରଡକ୍ସନ୍ସ ଦ୍ଵାରା ନିର୍ମିତ ଏହି ମ୍ୟୁଜିକ ଭିଡିଓରେ କଣ୍ଠଦାନ କରିଛନ୍ତି ନୂଆ ତଥା ଯୁବ କଣ୍ଠଶିଳ୍ପୀ କମଲ୍ ପ୍ରସାଦ ମିଶ୍ର। ଅନ୍ବେଷା ପ୍ରଡକ୍ସନ୍ସ ୟୁଟ୍ୟୁବ ଚ୍ୟାନେଲରେ ବୁଧବାର ରିଲିଜ୍ ହୋଇଛି ଏହି ଗୀତ। ପ୍ରଦୀପ କୁମାର ଏହାର ଗୀତ ରଚନା କରିଥିବାବେଳେ ଏହାକୁ ପ୍ରସ୍ତୁତ କରିଛନ୍ତି ଅଭିଷେକ ସାହୁ। ଷ୍ଟୁଡିଓ ଚନ୍ଦ୍ରଶେଖରରେ ଡବିଂ ହୋଇଥିବା ଏହି ମ୍ୟୁଜିକ ଭିଡିଓର ପ୍ରଡକ୍ସନ ମ୍ୟାନେଜମେଣ୍ଟ ଦାୟିତ୍ଵରେ ଅଛନ୍ତି ପ୍ରଭାତ କୁମାର। ନବାଗତମାନଙ୍କ ଦ୍ଵାରା ପ୍ରସ୍ତୁତ ଏହି ଗୀତ ଲୋକଙ୍କ ହୃଦୟକୁ ଛୁଇଁବ ବୋଲି ନିର୍ମାତା ଆଶା ପୋଷଣ କରିଛନ୍ତି।
Popular Categories



