www.samajalive.in
Saturday, December 6, 2025
26.1 C
Bhubaneswar

ଏଥି ପାଇଁ… ବାପା ଓ ୨ ଝିଅକୁ ବାରମ୍ବାର ଛୁରୀ ଭୁସି କଲେ ହତ୍ୟା..

ପାଟନା : ବିହାରର ସାରଣ ଜିଲା ରସୁଲପୁର ଥାନା ଅନ୍ତର୍ଗତ ଏକ ଗାଁରେ ପ୍ରେମ ବ୍ୟାପାରକୁ ନେଇ ଜଣେ ବ୍ୟକ୍ତି ଓ ତାଙ୍କ ୨ ଝିଅକୁ ଛୁରୀ ଭୁସି ହତ୍ୟା କରାଯିବା ଘଟଣା ହଇଚଇ ସୃଷ୍ଟି କରିଛି । ବ୍ୟକ୍ତିଙ୍କ ପତ୍ନୀ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫ୍ଲିପକାର୍ଟ ସେଲ୍‌ ; ଟିଭି, ଫ୍ରିଜ୍‌, ଫୋନରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି..


ପୁଲିସ ସମ୍ପୃକ୍ତ ଘଟଣାରେ ୨ ଜଣ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି । ଘଟଣାସ୍ଥଳରୁ ପୁଲିସ ଛୁରୀ ଓ ରକ୍ତ ଲାଗି ଥିବା ପୋଷାକ ଜବତ କରିଛି । ୩ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି ।

- Advertisement -

ପୁଲିସ ସୂଚନାନୁଯାୟୀ, ବ୍ୟକ୍ତି ଜଣକ ଛାତ ଉପରେ ନିଜ ପତ୍ନୀ ଓ ୨ ଝିଅଙ୍କ ସହ ଶୋଇଥିଲେ । ରାତି ପ୍ରାୟ ୨ଟା ସମୟରେ ୨ଜଣ ଯୁବକ ପଛପଟ କବାଟ ଦେଇ ଘର ଭିତରେ ପ୍ରବେଶ କରିଥିଲେ । ଏହାପରେ ଛାତରେ ଶୋଇଥିବା ତାରକେଶ୍ୱର ସିଂହ ନାମକ ବ୍ୟକ୍ତି ଓ ତାଙ୍କ ୨ ଝିଅକୁ ଛୁରୀରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ । ଘଟଣା ସମୟରେ ୩ ଜଣ ନିଦରେ ଶୋଇଥିଲେ । ତାରକେଶ୍ୱରଙ୍କ ପତ୍ନୀ କୌଣସି ପ୍ରକାରେ ସେଠାରୁ ଖସି ନିଜ ଜୀବନ ରକ୍ଷା କରିଥିଲେ । ମାତ୍ର ସେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରିବା ସହ ତାରକେଶ୍ୱରଙ୍କ ପତ୍ନୀ କହିଥିବା ବୟାନ ଅନୁସାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ପ୍ରେମ ଘଟଣା ପାଇଁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories