www.samajalive.in
Saturday, December 6, 2025
16.1 C
Bhubaneswar

କାଲିଠୁ କଳାବ୍ୟାଜ୍‍ ପିନ୍ଧି ପ୍ରତିବାଦ, ସମାଧାନ ନହେଲେ ୨୪ରୁ ଆନ୍ଦୋଳନ

ସମାଜ ଡିଜିଟାଲ ଡେସ୍କ: ଏସସିବି ମେଡିକାଲରେ ଘନେଇବାରେ ଲାଗିଛି ନର୍ସିଂ ଅଫିସର୍‍ ଓ ହାଉସ ସର୍ଜନଙ୍କ ବିବାଦ । ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବେ
ନର୍ସିଂ ସଂଘ । ଆସନ୍ତାକାଲିଠୁ ପ୍ରତିବାଦ କରିବେ ନର୍ସିଂ ଅଫିସର । ଏନେଇ ଓଡ଼ିଶା ନର୍ସିଂ ସଂଘର ଏସସିବି ଶାଖା ସମ୍ପାଦିକା ସରୋଜିନୀ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କାଲିଠୁ ସାରା ରାଜ୍ୟରେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର । ତିନି ଦିନ ପ୍ରତିକାତ୍ମକ ଆନ୍ଦୋଳନ କରିବେ, ଉପୁଜିଥିବା ବିବାଦର ଶୀଘ୍ର ସମାଧାନ ନହେଲେ ୨୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଆନ୍ଦୋଳନ ଯୋଗୁ ଏସସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ନର୍ସିଂ ସଂଘର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ୩ ଡାକ୍ତର ସଂଘ । ଏସସିବି ଜୁନିୟର ଡାକ୍ତର ସଂଘ, ଏସସିବି ଡାକ୍ତର ଛାତ୍ର ସଂଘ ଓ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ନର୍ସିଂ ସଂଘକୁ ସମର୍ଥନ ମିଳିଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories