ଗୋଧ୍ରାରେ ସାମ୍ପ୍ରଦାୟିକ ଦଙ୍ଗା

0

ଗୋଧ୍ରା : ଗୋଧ୍ରା ସହରର ଖାଦି ଫାଲିଆ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଛି। ଏନେଇ ପୁଲସ୍‍ ୮୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ମୋଟର ସାଇକଲେ ଏବଂ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ପାର୍କିଂକୁ ନେଇ ଝଗଡ଼ା ପରବର୍ତ୍ତୀ ସମୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡର ରୂପ ନେଇଥିବା ପୁଲିସ୍‍ ପକ୍ଷରୁ ସୂଚନା ଦିଆଯାଇଛି। ହିଂସାକାଣ୍ଡ ସୂଚନା ପାଇବା ପରେ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଉପରେ ଲୁହବୁହା ଗ୍ୟାସ୍‍ ପ୍ରୟୋଗ କରିଥିଲା। ଉଭୟ ସମ୍ପ୍ରଦାୟର ଲୋକ ପରସ୍ପରକୁ ପଥର ଓ ଢେଲା ମାଡ଼ କରିଥିଲେ। ଏଥିରେ ଅନ୍ୟୁନ୍‍ ୭ ଜଣ ଆହତ ହୋଇଛନ୍ତି। ହିଂସାକାଣ୍ଡ ଭିଆଉଥିବା ୩୪ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ଅନ୍ୟ ୫୦ ଜଣଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ୍‍ ସୂଚନା ଦେଇଛି। ମାମଲା ରୁଜୁ ହୋଇଥିବା ୮୪ ଜଣଙ୍କ ମଧ୍ୟରୁ ୨୨ ଜଣ ମୁସଲମାନ ଓ ୧୨ ଜଣ ହିନ୍ଦୁ ସମ୍ପ୍ରଦାୟର ଲୋକ ଥିବାବେଳେ ଅନ୍ୟ ୫୦ ଜଣଙ୍କୁ ଚିହ୍ନଟ କରାଯାଇପାରି ନାହିଁ। ସେମାନଙ୍କ ବିରୋଧରେ ଆଇପିସି ଧାରାରେ ଦଙ୍ଗା, ବେଆଇନ ଭାବେ ଏକାଠି ହେବା, ସରକାରୀ ସମ୍ପତ୍ତି ନଷ୍ଟ କରିବା ଓ ଅନ୍ୟ ଧାରାରେ ମାମଲା ରୁଜୁ କରାଯାଇଛି।

Leave A Reply