ସମସ୍ତ ଏମ୍ସରେ ପ୍ରତିଷ୍ଠା ହେବ ଯୋଗ କେନ୍ଦ୍ର

0

ନୂଆଦିଲ୍ଲୀ : ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଯୋଗ ଅନ୍ତୁର୍ଭକ୍ତ ହେବ। ଦେଶର ସମସ୍ତ ଏମ୍ସରେ ଏହା ଅନ୍ତର୍ଭୁକ୍ତ ହେବ ଓ ଯୋଗ କେନ୍ଦ୍ର ସ୍ଥାପନ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ। ଯୋଗ ଦ୍ୱାରା ବହୁ ରୋଗର ଆଶୁ ଚିକିତ୍ସା ସମ୍ଭବ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ଚୌବେ କହିଛନ୍ତି ଯେ ୪ହଜାରରୁ ଅଧିକ ରୋଗୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଅସ୍ତ୍ରୋପଚାର ପରେ ଯୋଗାଭ୍ୟାସ ଦ୍ୱାରା ବହୁ ରୋଗି ଶୀଘ୍ର ସୁସ୍ଥ ହେଉଥିବା ଏଥିରୁ ସ୍ପଷ୍ଟ ହୋଇଥିଲା।

kalyan agarbati
Leave A Reply