ଉତ୍ତରପ୍ରଦେଶ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଦତ୍ତ ଚେକ୍‍ ବାଉନ୍ସ କଲା

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଦଶମ ଶ୍ରେଣୀ ପରୀକ୍ଷାରେ ସଫଳତମ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ସ୍ୱରୂପ ପ୍ରଦାନ କରାଯାଇଥିବା ଚେକ୍‍ ବାଉନ୍ସ ହୋଇଥିବା ଜଣାପଡ଼ିଛି। ଚେକ୍‍ ପାଇଥିବା ଛାତ୍ରଛାତ୍ରୀମାନେ ଜୋରିମାନା ଦେଇ ଏହାକୁ ରୂପାନନ୍ତରିତ କରୁଥିବା ଖବର ପ୍ରଚାରିତ ହେବା ପରେ ସରକାର ଅଡ଼ୁଆରେ ପଡ଼ି ଯାଇଛନ୍ତି। ଦଶମ ଶ୍ରେଣୀ ପରୀକ୍ଷରାର ଶ୍ରେଷ୍ଠ ଽାଙ୍କଧାରୀ ଛାତ୍ରଛାତ୍ରୀଙ୍କୁ ମେ ୨୯ତାରିଖରେ ସ୍ୱତନ୍ତ୍ର ଉତ୍ସବରେ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ତଥା ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ମାତ୍ର ସରକାରୀ ତହବିଲରେ ଅର୍ଥ ନଥିବାରୁ ଏହି ଚେକ୍‍ ବାଉନ୍ସ କରିଥିବା ଜଣାପଡ଼ିଥିଲା। ଆଲୋକ ମିଶ୍ର, ରାଜକୁମାର ଯାଦବଙ୍କ ଭଳି କିଛି ଛାତ୍ର ଷ୍ଟେଟ ବ୍ୟାଙ୍କ ଓ ଦେନା ବ୍ୟାଙ୍କରେ ଜୋରିମାନା ଭରି ଟଙ୍କା ଉଠାଇବା ସହ ପ୍ରଥମେ ଏହି ଅଭିଯୋଗ ଆଣିବାରେ ସମସ୍ୟା ପଦାକୁ ଆସିଥିଲା। ଏହି ଦୁଇ ଜଣ ନୁହନ୍ତି; ଚେକ୍‍ ପାଇଥିବା ସମସ୍ତ କୃତୀ ଛାତ୍ରଛାତ୍ରୀ ସମାନ ସମସ୍ୟାରେ ପଡ଼ିଛନ୍ତି। ଏବେ ସରକାର ଏହି ତହବିଲରେ ଟଙ୍କା ଜମା ନକରିବା ଭଳି ତ୍ରୁଟି କରିଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଛନ୍ତି।

Leave A Reply