ୟୁପିରେ ଧୂଳି ଝଡ଼ ଓ ବଜ୍ରପାତ: ୨୬ ମୃତ

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଶନିବାର ଧୂଳିଝଡ ଓ ବଜ୍ରାପାତ ହୋଇ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସରକାରଙ୍କ ମୁଖପାତ୍ରଙ୍କ କହିବା ଅନୁଯାୟୀ ଉତ୍ତରପ୍ରଦେଶର ୧୧ଟି ଜିଲାରେ ଧୂଳି ଝଡ ଓ ବଜ୍ରାପାତ ହୋଇଥିଲା। ଜୈନପୁର, ସୁଲତାନପୁରରେ ୫ଜଣ ଲେଖାଏଁ ପ୍ରାଣ ହରାଇଥିବାବେଳେ ଉନ୍ନାଓରେ ୪ଜଣ, ଚାନ୍ଦୌଲି ଓ ବାହାରିଚରେ ୩ଜଣ ଲେଖାଏଁ, ରାଏ ବରେଲିରେ ୨ଜଣ, ମିର୍ଜାପୁର, ସୀତାପୁର, ଆମେଥି ଓ ପ୍ରତାପଗଡରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

Leave A Reply