ପୂର୍ବତନ ସାଂସଦ ସାନ୍ତାରାମ ନାଏକଙ୍କ ପରଲୋକ

0

ପାଣାଜୀ : ପୂର୍ବତନ ରାଜ୍ୟସଭା ସାଂସଦ ତଥା ଗୋଆ କଂଗ୍ରେସର ପୂର୍ବତନ ମୁଖ୍ୟ ସାନ୍ତାରାମ ନାଏକଙ୍କର ଶନିବାର ହୃଦ୍‍ଘାତରେ ପରଲୋକ ଘଟିଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସକାଳ ୭ଟାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମାର୍ଗାଓସ୍ଥିତ ଡାକ୍ତରଖାନା ନିଆଯାଇଥିଲା; ମାତ୍ର ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସାନ୍ତାରାମ ୧୯୮୪ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଗୋଆକୁ ଏକ ରାଜ୍ୟ ମାନ୍ୟତା ଦାବି ନେଇ ଆରମ୍ଭ ହୋଇଥିବା ଅଭିଯାନରେ ସେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ୧୯୮୭ରେ ଏହି ଦାବି ପୂରଣ ହୋଇଥିଲା। ୨୦୦୫ରୁ ୨୦୧୭ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଥିଲେ। ୨୦୧୭ ଜୁଲାଇରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ବିନୟ ତେନ୍ଦୁଲକରଙ୍କଠାରୁ ପରାସ୍ତ ହୋଇଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଯୁବନେତୃତ୍ୱକୁ ଗୁରୁତ୍ୱ ଦେବା ପରିପ୍ରେକ୍ଷୀରେ ନିକଟରେ ସାନ୍ତାରାମଙ୍କୁ ଗୋଆ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ସନ୍ତରାମଙ୍କ ପତ୍ନୀ ଏବଂ ଜଣେ ପୁତ୍ର ଅଛନ୍ତି।

Leave A Reply