ହତ୍ୟା ଧମକ ଅଭିଯୋଗ ଆଣିଲେ ଉମର ଖାଲିଦ

0

ନୂଆଦିଲ୍ଲୀ : ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‍ୟୁ) ଛାତ୍ର ସଂଗଠନ ନେତା ଉମର ଖାଲିଦ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ନେଇ ପୁଲିସରେ ଅଭିଯୋଗ କରିଛନ୍ତି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ରବି ପୂଜାରୀ ତାଙ୍କୁ ହତ୍ୟା ଧମକ ଦେଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ୨୦୧୬ ଫେବୃଆରୀରେ ମଧ୍ୟ ପୂଜାରୀ ତାଙ୍କୁ ହତ୍ୟା ଧମକ ଦେଇଥିବା ସେ ଦର୍ଶାଇଛନ୍ତି। ଏହି ପରିପ୍ରେକ୍ଷୀରେ ଖାଲିଦ ପୁଲିସ ସୁରକ୍ଷା ଚାହିଁଛନ୍ତି। ଖାଲିଦଙ୍କ ପୂର୍ବରୁ ଗୁଜରାତର ସ୍ୱାଧୀନ ବିଧାୟକ ତଥା ଦଳିତ ନେତା ଜିଗ୍‍ନେଶ୍‍ ମେଭାନୀଙ୍କୁ ମଧ୍ୟ ପୂଜାରୀ ହତ୍ୟା ଧମକ ଦେଇଥିବାର ଅଭିଯୋଗ ହୋଇଛି। ଶୁକ୍ରବାର ମେଭାନୀ ପୁଲିସ ନିକଟରେ ଏଭଳି ଅଭିଯୋଗ ଆଣିଛନ୍ତି। ଦୁଇଟିଯାକ ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଉଲ୍ଲେଖଯୋଗ୍ୟ ଯେ ଦେଶଦ୍ରୋହ ଅପରାଧରେ ଅଭିଯୁକ୍ତ ପୂର୍ବତନ ଜେଏନ୍‍ୟୁ ଛାତ୍ର ସଂଘ ସଭାପତି କହ୍ନେୟା କୁମାର ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କୁ ସମର୍ଥନ ଅଭିଯୋଗରେ ପୁଲିସ ଖାଲିଦଙ୍କୁ ଖୋଜୁଛି।

Leave A Reply