୧୩ରେ ରାହୁଲଙ୍କ ଇଫତାର ପାର୍ଟି

0

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୁନ୍‍ ୧୩ରେ ଇଫତାର ପାର୍ଟି ଆୟୋଜନ କରିବାକୁ ଯାଉଛନ୍ତି। ପ୍ରାୟ ଦୁଇବର୍ଷର ବ୍ୟବଧାନରେ କଂଗ୍ରେସ ଇଫତାର ପାର୍ଟି ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି। ୨୦୧୫ରେ ଦଳ ଶେଷ ଥର ପାଇଁ ଇଫତାର ପାର୍ଟି ଆୟୋଜନ କରିଥିଲା। ପାର୍ଟିରେ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀର ତାଜ୍‍ ପ୍ୟାଲେସ ହୋଟେଲରେ ଏହି ପାର୍ଟି ଆୟୋଜନ ହେବ ବୋଲି କଂଗ୍ରେସର ସଂଖ୍ୟାଲଘୁ ସେଲ୍‍ ମୁଖ୍ୟ ନଦୀମ୍‍ ଜାଭେଦ କହିଛନ୍ତି।

Leave A Reply