ପାକିସ୍ତାନରୁ ଆସିଥିବା ଗୀତା ଭାରତରେ କରୁଛନ୍ତି ସ୍ୱୟମ୍ବର

0

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରଠାରେ ଶନିବାରରେ ଦିବ୍ୟାଙ୍ଗ ଗୀତାଙ୍କ ସ୍ୱୟମ୍ବର ହୋଇଛି। ଗୀତା କଥା କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ। ସେ ଜନ୍ମରୁ ମୁକ ଓ ବଧିର। ଏହି ସ୍ୱୟମ୍ବରରେ ଗୀତା ଆଠ ଜଣ ଯୁବକଙ୍କ ମଧ୍ୟରୁ ଜଣକୁ ଜୀବନସାଥୀ ଭାବେ ବାଛିବେ। ଗୀତାଙ୍କ ଏହି ସ୍ୱୟମ୍ବରରେ ପ୍ରଥମେ ୧୪ଜଣ ଯୁବକ ଆବେଦନ କରିଥିଲେ। ମାତ୍ର ୮ ଜଣଙ୍କ ନେଇ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରାଯାଇଥିଲା। ଅନେକ ଯୁବକ ମଧ୍ୟପ୍ରଦେଶ ଓ ଗୁଜୁରାଟର।
ବର୍ତ୍ତମାନ ଗୀତା ଇନ୍ଦୋରର ଗୌର ସରକାରୀ ମୁକ-ବଧିର ସଂଗଠନ ପରିସରରେ ରହୁଛନ୍ତି। ଗୀତାଙ୍କ ସର୍ତ୍ତ ରହିଛି ଯେ ମୋର ପରିବାରକୁ ଖୋଜିବାରେ ଯିଏ ସାହାଯ୍ୟ କରିବ ମୁଁ ତାଙ୍କ ସହ ବିବାହ କରିବି। ମିଳିଥିବା ସୂଚନା ଅନୁସାରେ ଗୀତାଙ୍କୁ ବିବାହ କରିବାପରେ ଯୁବକଙ୍କୁ ବୈଦେଶିକ ମନ୍ତ୍ରାଳୟରେ ଚାକିରି ସହ ନୂଆ ଘର ଦେବାର ବ୍ୟବସ୍ଥା କରାଯାଇଛି। କିଛିଦିନ ପୂର୍ବରୁ ଗୀତା ବିବାହ କରିବେ ବୋଲି ବିଦେଶ ମନ୍ତ୍ରାଳୟକୁ ଜଣାଇଥିଲେ ଏହାପରେ ବିଦେଶ ମନ୍ତ୍ରାଳୟ ଏକ ବିଜ୍ଞାପନ ବାହାର କରିଥିଲେ।
ଆପଣ ଜାଣିଥିବେ ଗୀତା ୭ବର୍ଷ ବୟସରେ ଭୁଲରେ ଭାରତ ସୀମା ପାର କରିଥିଲେ। ଏହାପରେ କରାଚିର ନିଧି ଫାଉଣ୍ଡେସନ ଦୀର୍ଘ ୧୪ବର୍ଷ ପର୍ଯ୍ୟନ୍ତ ରହିଥିଲେ। ଏହିସମସ୍ତ କାର୍ଯ୍ୟରେ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମୁଖ୍ୟ ଭୂମିକା ରହିଛି। ଅକ୍ଟୋବର ୨୬,୨୦୧୫ରେ ଗୀତା ଭାରତ ଫେରିଥିଲେ।

kalyan agarbati
Leave A Reply