www.samajalive.in
Monday, December 15, 2025
16.1 C
Bhubaneswar

ପୂର୍ବତନ ବିଧାୟକ ବୀର ସିପକାଙ୍କ ପରଲୋକ

ଧର୍ମଗଡ : ଧର୍ମଗଡର ପୂର୍ବତନ ବିଧାୟକ ବୀର ସିପକାଙ୍କ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ପୈତୃକ ଗ୍ରାମ ଗୋଲାମୁଣ୍ଡାସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ।  ଶ୍ରୀ ସିପକା ସରକାରୀ ଚାକିରିରୁ ହଠାତ ରାଜନିତୀକୁ ଆସି ୧୯୯୫ ମସିହାରେ ଧର୍ମଗଡ ସଂରକ୍ଷିତ ଆସନରେ ଜନତା ଦଳର ପ୍ରାର୍ଥୀ ହୋଇ ଭକ୍ତଚରଣ ଦାସଙ୍କୁ ହରାଇଥିଲେ। ପରେ ସେ ଲଗାତାର ୩ଥର ଜିତିଥିଲେ। ପରବର୍ତ୍ତି ସମୟରେ ୨୦୦୦ରେ ବିଜୁ ଜନତା ଦଳ ଓ ୨୦୦୪ରେ ପୁଣି ଥରେ ବିଜୁ ଜନତା ଦଳର ପ୍ରାର୍ଥି ହୋଇ ୨୦୦୯ପର୍ଯ୍ୟନ୍ତ ବିଧାୟକ ଥିଲେ। ୨୦୦୯ରେ ସୀମା ନିର୍ଦ୍ଧାରଣ ପରେ ଜୁନାଗଡରେ ବିଜୁ ଜନତା ଦଳର ପ୍ରାର୍ଥି ହୋଇ ପରାଜିତ ହେବା ପରେ ତାଙ୍କ ରାଜନୈତିକ ଜୀବନରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଥିଲା। ସେବେଠାରୁ ଆଉ ତାଙ୍କୁ କୌଣସି ସଭାସମିତିରେ ଦେଖିବାକୁ ମିଳୁନଥିଲା। ଶ୍ରୀ ସିପକା ଶିକ୍ଷାର ଉନ୍ନତି ପ୍ରତି ବିଶେଷ ଧ୍ୟାନ ଦେଇଥିଲେ। ତାଙ୍କ ପ୍ରଚେଷ୍ଟାରେ ଗୋଲାମୁଣ୍ଡାରେ +୨ ଓ +୩ କଲେଜ ସ୍ଥାପନ ହୋଇଥିଲା। ହଳଦି ଛକରେ ବିଜୁ ପଟ୍ଟନାୟକ ଇଂଜିନିୟରିଂ କଲେଜ, ଆମ୍ବେଦକର ଲ’କଲେଜ, ବିଜୟାନନ୍ଦ ପବ୍ଳିକ ସ୍କୁଲ, ସମେତ ଅନେକ ଶିକ୍ଷାନଷ୍ଠାନ ତାଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିଲା। ଧର୍ମଗଡ ଡାକ୍ତରଖାନାରେ ରକ୍ତ ଭଣ୍ଡାର, ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀଙ୍କ ପୀଠ ନବୀକରଣ, ଶିଶୁ ପ୍ରମୋଦ ଉଦ୍ୟାନ, ଧର୍ମଗଡ ଟାଉନ ହଲ ନିର୍ମାଣରେ ତାଙ୍କର ପ୍ରମୂଖ ଭୂମିକା ଥିଲା। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ମୃତ୍ୟୁରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ଦିନେଶ ରାଉତ, ତୁଳେଶ୍ୱର ନାଏକ, ଦଇତାରି ରାଉତ, ଦୟାସଗର ଚଲାନ, ଉପଖଣ୍ଡ ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ସମାଜସେବୀ ହୃଷିକେଶ ମିଶ୍ର, ଆଇନଜିବୀ ଦିଗାମ୍ବର ଦୂରିଆ, ଆଶୁତୋଷ ରାଉତ ପ୍ରମୂଖ ଶୋକ ବ୍ୟକ୍ତ କରିଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories