www.samajalive.in
Monday, December 15, 2025
14.1 C
Bhubaneswar

ସିଏଏକୁ ନେଇ ଅଡୁଆ : ସୁପ୍ରିମକୋର୍ଟରେ ଜାତିସଂଘ ମାନବାଧିକାର ହାଇକମିଶନର

ନୂଆଦିଲ୍ଲୀ : ନାଗରିକ ସଂଶୋଧନ ଆଇନ୍‍(ସିଏଏ)କୁ ନେଇ ଅଡୁଆ ବଢିବାରେ ଲାଗିଛି। ସିଏଏ ସଂକ୍ରାନ୍ତରେ ଜାତିସଂଘ ମାନବାଧିକାର ହାଇକମିଶନର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି।

ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ନାଗରିକ ସଂଶୋଧନ ଆଇନ୍‍ ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି, ଦେଶର ସାର୍ବଭୌମତ୍ୱ ବିଷୟରେ କୌଣସି ବିଦେଶୀ ରାଷ୍ଟ୍ରର କିଛି କହିବାର ଆବଶ୍ୟକତା ନାହିଁ। ନାଗରିକ ସଂଶୋଧନ ଆଇନ୍‍ ସଂକ୍ରାନ୍ତରେ ଜାତିସଂଘ ମାନବାଧିକାର ହାଇକମିଶନର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିବା ପରିପ୍ରେକ୍ଷୀରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ରବିଶ କୁମାର କହିଛନ୍ତି, ସିଏଏ ସାମ୍ବିଧାନିକ ଦୃଷ୍ଟିରୁ ବୈଧ ଓ ଭାରତୀୟ ସମ୍ବିଧାନର ସମସ୍ତ ମୂଲ୍ୟବୋଧକୁ ଭିତ୍ତିକରି ଏହା ପ୍ରସ୍ତୁତ କରାଯାଇଛି। ସେ
କହିଛନ୍ତି, ଦେଶ ବିଭାଜନ ଯୋଗୁଁ ଯେଉଁ ମାନବିକ ଅଧିକାର ବିଷୟଗୁଡ଼ିକ ଦେଖା ଦେଇଥିଲା ସେଗୁଡ଼ିକ ପରିପ୍ରେକ୍ଷୀରେ ଭାରତର ଦୀର୍ଘଦିନର ରାଷ୍ଟ୍ରୀୟ ପ୍ରତିଶ୍ରୁତିବଦ୍ଧତା ଏଥିରେ ପ୍ରତିଫଳିତ ଘଟିଛି। ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଦେଶର ଜନସାଧାରଣଙ୍କର ଭାରତୀୟ ନ୍ୟାୟପାଳିକା ପ୍ରତି ପୂର୍ଣ୍ଣ ବିଶ୍ୱାସ ଓ ସମ୍ମାନ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories