www.samajalive.in
Monday, December 15, 2025
24.1 C
Bhubaneswar

ପୁଲୱାମା ଆତଙ୍କବାଦୀବାଦୀ ଆକ୍ରମଣ ଘଟଣା : ୨ ଅଭିଯୁକ୍ତଙ୍କ ଗିରଫ୍‍ କଲା ଏନ୍‍ଆଇଏ

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‍ଆଇଏ ଗତବର୍ଷର ପୁଲୱାମା ଆତଙ୍କବାଦୀବାଦୀ ଆକ୍ରମଣ ସହ ଜଡ଼ିତ ଆଉ ଦୁଇ ଜଣ ଅଭିଯୁକ୍ତକୁ ଗିରଫ୍‍ କରିଛି। ସେମାନଙ୍କର ପରିଚୟ ମିଳିଛି। ଜଣେ ହେଉଛି ତାରିକ ଅହମଦ ଶାହା ଏବଂ ଅନ୍ୟ ଜଣଙ୍କର ନାଁ ହେଉଛି ଇନଶା ଜାନ। ତାରିକ ଆତଙ୍କବାଦୀ ମାନଙ୍କୁ ସେମାନଙ୍କ ଘରେ ଆଶ୍ରୟ ଦେଇଥିଲା​​‌ ଓ ସିଆର୍‍ପିଏଫ୍‍ ଗାଡ଼ି ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସେମାନଙ୍କୁ ସାହାଯ୍ୟ କରିଥିଲା। ତାରିକ ଘରେ ହିଁ ଆତଙ୍କବାଦୀମାନେ ଫିଦାୟେଁ ଅଦିଲ ଅଦମଦ ଧରର ଭିଡିଓ ସୁଟିଂ କରିଥିଲେ। ଯାହାକୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜୈସେ-ଇ-ଅହମଦ ପକ୍ଷରୁ ଜାରି କରାଯାଇଥିଲା ।

ଅନ୍ୟ ଅଭିଯୁକ୍ତ ଜଣଙ୍କ ହେଉଛି ଇନଶା ଜାନ, ଯିଏକି ତାରିକର ଝିଅ। ସେ ଆତଙ୍କବାଦୀ ମାନଙ୍କୁ ନିଜ ଘରେ ଆଶ୍ରୟ ଦେବା ସହ ଖାଇବା ପିିଇବାର ବ୍ୟବସ୍ଥା କରିଥିଲା। ଆତଙ୍କବାଦୀ ମାନଙ୍କୁ ନିଜ ଜନିଷପତ୍ର ଓ ଗୋଳାବାରୁଦ ପରିବହନ ପାଇଁ ସାହାଯ୍ୟ କରିଥିଲା।

- Advertisement -

ଗତବର୍ଷ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ସିଆର୍‍ପିଏଫ୍‍ ଯବାନ ସହିଦ୍‍ ହୋଇଥିଲେ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories