ଭୁବନେଶ୍ୱର : ଆଜି ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ପରୀକ୍ଷା ଶେଷ ହେବା ସହ ଆସନ୍ତା ୧୮ ତାରିଖରୁ ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ ୧୫ ହଜାର ଶିକ୍ଷକ ଖାତା ମୂଲ୍ୟାଙ୍କନ କରିବେ ବୋଲି ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ବୋର୍ଡ଼ ସଭାପତି ରାମାଶିଷ ହାଜରଙ୍କ ସୂଚନା ଅନୁଯାୟୀ, ନୂଆ ପଦ୍ଧତିରେ ପରୀକ୍ଷା ହୋଇଥିବାରୁ ମୂଲ୍ୟାଙ୍କନ ପାଇଁ ସମୟ ଲାଗିବ। ମୂଲ୍ୟାଙ୍କନକୁ ନିର୍ଭୁଲ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି।
ଶେଷ ହେଲା ମାଟ୍ରିକ ପରୀକ୍ଷା; ମାର୍ଚ୍ଚ ୧୮ ରୁ ଖାତା ଦେଖା ଆରମ୍ଭ
Popular Categories



