www.samajalive.in
Wednesday, December 10, 2025
16.1 C
Bhubaneswar

କନ୍ଧମାଳ ସ୍ୱୟଂ ଶାସିତ ପରିଷଦ ଗଠନ ନହେଲେ ଭୟାବହ ଆନ୍ଦୋଳନ

ଭବାନୀପାଟଣା : କଳାହାଣ୍ଡି ସମେତ କେବିକେ ଅଧୀନରେ ଥିବା ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲାରେ ଯେଉଁପରି ଭାବେ ବିକାଶ ହେବା କଥା ତାହା ହୋଇନାହିଁ। ଆଜି ବି ଏହି ଅଞ୍ଚଳର ୧୦ଟି ଜିଲା ଜାତୀୟ ସୂଚକାଙ୍କରେ ୫୦୦ରୁ ଊର୍ଦ୍ଧ୍ବରେ ରହିଛି।
ଏହି ସୂଚକାଙ୍କ ଏହି ୧୦ଟି ଜିଲାର ବାସ୍ତବ ଚିତ୍ର ଦର୍ଶାଉଛି ଏବଂ ଦେଶର ସବୁଠାରୁ ପଛୁଆ ଅଞ୍ଚଳ ଭାବରେ ପରିଗଣିତ ହେଉଛି। ଏହି ୧୦ ଜିଲାର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର କେବିକେ କନ୍ଧମାଳ ସ୍ୱୟଂ ଶାସିତ ପରିଷଦ ଅଞ୍ଚଳ ଗଠନ କରି ଏହି ଅଞ୍ଚଳର ବିକାଶ କରାଯିବା ଜରୁରି ବୋଲି ଆଜି ଭବାନୀପାଟଣାରେ ଅନୁଷ୍ଠିତ କେବିକେ କନ୍ଧମାଳ ସ୍ୱୟଂ ଶାସିତ ପରିଷଦ ଅଞ୍ଚଳରେ ଥିବା ଜିଲାମାନଙ୍କୁ ନେଇ ଦ୍ୱିତୀୟ ଆଲୋଚନାଚକ୍ରରେ ଉପସ୍ଥିତ ଏହି ୧୦ଟି ଜିଲାର ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ, ସ୍ୱେଚ୍ଛାସେବୀ ସଂଗଠନ ଓ ସାମାଜିକ ସଂଗଠନମାନଙ୍କ କର୍ମକର୍ତ୍ତା ପରିଷଦ ଗଠନ ଅତ୍ୟନ୍ତ ଜରୁରି ବୋଲି ରୋକଠୋକ ଭାବେ ପ୍ରକାଶ କରିଥିଲେ। ଯଦି ଏହି ଦାବିକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ନ ଦିଅନ୍ତି ତେବେ ଏହି ଜିଲାର ସ୍ୱାଭିମାନ, ଅଧିକାର ଓ ହକ୍‌ ପାଇବା ପାଇଁ ଭୟାଭହ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ପ୍ରକାଶ କରିଥିଲେ। ଏହି ସଂଗଠନ ଏକ ଅଣରାଜନୈତିକ ସଂଗଠନ ହୋଇଥିବାରୁ ଆଲୋଚନା ଚକ୍ରରେ ସମସ୍ତ ରାଜନୈତିକ ଦଳର ନେତୃମଣ୍ଡଳୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଗଣ ସଂଗଠନକୁ ଆମନ୍ତ୍ରିତ କରାଯାଇଥିଲା। କିନ୍ତୁ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସମେତ କଂଗ୍ରେସ, ସିପିଆଇ ଓ ସିପିଆଇଏମ୍‌ ଦଳର ନେତୃମଣ୍ଡଳୀ ଯୋଗ ଦେଇଥିଲେ। ବିଶେଷ କରି ବିଜେପି ଓ ବିଜେଡିର କୌଣସି ନେତା ଯୋଗ ନ ଦେବା ଘଟଣାକୁ ନେଇ ଉପସ୍ଥିତ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟବସ୍ତୁ ହୋଇଥିଲା। କେବିକେ କନ୍ଧମାଳ ସ୍ୱୟଂଶାସିତ ପରିଷଦ ଅଞ୍ଚଳ ଗଠନର ଆବଶ୍ୟକତା ଅଛି କି ନାହିଁ ସେ ସମ୍ପର୍କରେ ଏକ ଖୋଲା ଆଲୋଚନାଚକ୍ର ଗ୍ରୀନ କଳାହଣ୍ଡିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ନାୟକଙ୍କ ଆହ୍ୱାନକ୍ରମେ ୨୯ ତାରିଖ ଦିନ ଭବାନୀପାଟଣାସ୍ଥିତ ଏସ୍‌.ଏସ୍‌. ମ୍ୟାରେଜ ପ୍ୟାଲେସରେ ଅନୁଷ୍ଠିତ ହୋଇଥିଲା।
ଏହି ଆଲୋଚନା ଚକ୍ରରେ କଳାହାଣ୍ଡି ସମେତ ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲାର ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନ ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଅନୁରୋଧ କରାଯାଇଥିଲା। ଆଲୋଚନା ଚକ୍ରକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କେବିକେ କନ୍ଧମାଳ ସ୍ୱୟଂଶାସିତ ପରିଷଦର ଗଠନ କରିବାର ଅନ୍ୟତମ ମୁଖ୍ୟପୁରୁଧା ଭକ୍ତଚରଣ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଗ୍ରୀନ କଳାହାଣ୍ଡିର ଅଧ୍ୟକ୍ଷ ସିଦ୍ଧାର୍ଥ ନାୟକ ମଞ୍ଚ ସଂଯୋଜନା କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ। ବରିଷ୍ଠ କଂଗ୍ରେସ ନେତା ଶାନ୍ତନୁ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ।
କେନ୍ଦ୍ର ଓ ରାଜ୍ୟସରକାର ତୁରନ୍ତ ଏହି ୧୦ ଟି ଜିଲା ଓ ଜିଲାବାସୀଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି କେବିକେ କନ୍ଧମାଳ ସ୍ୱୟଂଶାସିତ ପରିଷଦ ଗଠନ କରିବା ଜରୁରି ହୋଇପଡିଛି ବୋଲି ଉପରୋକ୍ତ ରାଜନୈତିକ ନେତୃମଣ୍ଡଳୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଖୋଲା ଖୋଲି ଭାବେ ପ୍ରକାଶ କରିଥିଲେ। ଯଦି ଏହି ଦାବିକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ନ ଦିଅନ୍ତି ତେବେ ଏହି ଜିଲାର ସ୍ୱାଭିମାନ, ଅଧିକାର ଓ ହକ୍‌ ପାଇବା ପାଇଁ ଭୟାଭହ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ପ୍ରକାଶ କରିଥିଲେ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories