www.samajalive.in
Wednesday, December 10, 2025
16.1 C
Bhubaneswar

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଅଧିକାର ପାଇଁ କାର୍ ରାଲି

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ରେ ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ମହିଳା କାର ରାଲି-୨୦୨୦ କାର୍ଣ୍ଣିଭାଲ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଏହି କାର ରାଲି ସକାଳ ୭ଟାରୁ ସାଣ୍ଡି ଟାୱାର ଛକଠାରୁ ଆରମ୍ଭ ହୋଇ ଜୟଦେବ ବିହାର, ଆଚାର୍ଯ୍ୟବିହାର, ବାଣୀ ବିହାର, ରାମ ମନ୍ଦିର ଛକ, ସୈନିକ୍ ସ୍କୁଲ ଛକ, କଳିଙ୍ଗ ହସ୍ପିଟାଲ ଛକ , କିଟ୍‌ ଛକ ଦେଇ କିସ୍‌ କ୍ୟାମ୍ପସ-୧ରେ ଶେଷ ହେବ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସେବା ପ୍ରୟାସର ବିଭିନ୍ନ ବର୍ଗର ବୀରଙ୍ଗନା ପୁରସ୍କାର ଏବଂ କଳିଙ୍ଗ ବୀରାଙ୍ଗନା ପୁରସ୍କାର ସହ କାର୍‌ ରାଲିର ବିଜୟିନୀ ମାନଙ୍କୁ ସମ୍ମାନିତ କରାଯିବ । ଏଥିରେ ଯେକୌଣସି ବର୍ଗର ମହିଳା କାର୍‌ ଚାଳିକା ଅଂଶଗ୍ରହଣ କରିପାରିବେ ବୋଲି ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେବା ପ୍ରୟାସ ଫାଉଣ୍ଡେସନର ପ୍ରତିଷ୍ଠାତା ଲିଙ୍କନ ସୁବୁଦ୍ଧି ସୂୂଚନା ଦେଇଛନ୍ତି। ନାରୀମାନଙ୍କ କୃତିତ୍ବକୁ ପ୍ରଦର୍ଶନ କରିବା , ସମାଜ ଆଗରେ ନିଜର ଦାୟିତ୍ବକୁ ଠିକ୍‌ ଭାବେ ତୁଲାଉଥିବା ସଫଳତାକୁ ଦର୍ଶାଇବା ଓ ନାରୀମାନଙ୍କୁ ପ୍ରୋତ୍ସାହନ ଓ ପ୍ରେରଣା ଦେବା ଏହି ମହିଳା ରାଲିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଫାଉଣ୍ଡେସନର ନିର୍ଦେଶିକା ନମ୍ରତା ଚଢ଼ା କହିଛନ୍ତି। ଉକ୍ତ କାର୍‌ ରାଲିରେ ଯୋଗଦେବା ନିମନ୍ତେ ଆଗ୍ରହୀ ମହିଳା କାର୍‌ ଚ ାଳିକାମାନେ ମାର୍ଚ୍ଚ ୫ ତାରିଖ ମଧ୍ୟରେ ନାମ ପଞ୍ଜୀକରଣ କରିପାରିବେ ବୋଲି ଫାଉଣ୍ଡେସନ ପ୍ରତିଷ୍ଠାତା ଲିଙ୍କନ ସୁବୁଦ୍ଧି ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories