www.samajalive.in
Wednesday, December 10, 2025
16.1 C
Bhubaneswar

‘ସହରୀ ଜୀବନରେ ଆସିବ ପରିବର୍ତ୍ତନ’

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ଉନ୍ନତି ଭବନ’ ଓ ‘ଜାଗା ମିଶନ’ ଲୋକାର୍ପିତ

ଭୁବନେଶ୍ୱର :ରାଜ୍ୟରେ ନାଗରିକ କୈନ୍ଦ୍ରିକ ପୌରସେବା ଓ ଉତ୍ତମ ଶାସନ ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗ ସବୁବେଳେ ଉଦ୍ୟମ କରି ଆସିଛି। ଏହି ଧାରାକୁ ବଜାୟ ରଖିବା ସହିତ ଆଗାମୀ ଦିନରେ ସହରାଞ୍ଚଳବାସୀଙ୍କୁ କିଭଳି ଉନ୍ନତମାନର ପୌରସେବା ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନତି ଭବନ ନିର୍ମାଣ କରାଯାଇଛି। ଆଗାମୀ ଦିନରେ ସହରୀ ଜୀବନରେ ପରିବର୍ତ୍ତନ ଆଣିବାରେ ଉନ୍ନତି ଭବନ ବାହକ ସାଜିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଶନିବାର ତୋଷାଳି ପ୍ଲାଜା ନିକଟରେ ‘ଉନ୍ନତି ଭବନ’ ଓ ‘ଜାଗା ମିଶନ’କୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ଓଡ଼ିଶା ପୌର ପ୍ରଶାସନ ସେବା(ଓମାସ) ଏବଂ ପୌର ଯୋଜନା ସେବା(ଓଏମପିଏସ୍) ଭଳି ଦୁଇଟି ନୂତନ କ୍ୟାଡର ସୃଷ୍ଟି କରାଯାଇଛି। ଓମାସରେ ୨୮ଜଣ ଓ ଓଏମପିଏସରେ ୧୨ଜଣଙ୍କୁ ନୂତନ ନିଯୁକ୍ତି ଦିଆଯାଇଛି। ସହରାଞ୍ଚଳ ସୁଶାସନରେ ନବନିଯୁକ୍ତ ଅଧିକାରୀମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଅଧିକାରୀମାନେ ପ୍ରତିଶ୍ରୁତିବଦ୍ଧ ଓ ସହୃଦୟ ମନୋଭାବ ନେଇ ସହରାଞ୍ଚଳବାସୀଙ୍କୁ ଉତ୍ତମ ଜୀବନ ଯୋଗାଇ ପାରିଲେ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ। ନବ ନିଯୁକ୍ତ ଅଧିକାରୀମାନେ ସରକାରଙ୍କ ସମସ୍ତ ଯୋଜନାକୁ ‘ମୋ-ସରକାର’ ଏବଂ ୫-ଟି ଆଧାରରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ଏହି ଅବସରରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଉନ୍ନତି ଭବନ ସହରାଞ୍ଚଳବାସୀଙ୍କ ଉନ୍ନତି ପାଇଁ ସମର୍ପିତ। ଏଠାରେ ୫ଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉଛି। ସେଥିମଧ୍ୟରେ ୱାଟକୋ, ସ୍ବେରେଜ୍ ବୋର୍ଡ, ଆବାସ ଯୋଜନା, ଜନସ୍ବାସ୍ଥ୍ୟ ଯାନ୍ତ୍ରିକ ସଙ୍ଗଠନ ଓ ଜାଗା ମିଶନ ଆଦି ଅନ୍ତର୍ଭୁକ୍ତ। ପୌରସେବା କ୍ଷେତ୍ରରେ ସଂପୃକ୍ତ କାର୍ଯ୍ୟାଳୟଗୁଡିକ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ପୌରାଞ୍ଚଳବାସୀଙ୍କୁ ସେବା ​‌େ​‌ଯାଗାଇବେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପୌର ପ୍ରଶାସନ ସେବା ଓ ପୌର ଯୋଜନା ସେବାରେ ୪୦ଜଣଙ୍କୁ ନୂତନ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ଏହି ଅଧିକାରୀମାନେ ରାଜ୍ୟରେ ପୌର ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ସହିତ ଉତ୍ତରଦାୟିତ୍ବ ବଜାୟ ରଖିବେ ବୋଲି ଆଶା କରାଯାଉଛି। ଏହି ଅବସରରେ ବାତ୍ୟା ଫଣି ବେଳେ ଖୋର୍ଦ୍ଧା, ପୁରୀ ପ୍ରଭୃତି ଅଞ୍ଚଳରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ସହିତ ନବନିଯୁକ୍ତ ପୌର ପ୍ରଶାସକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ ଓ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories