ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ; ସତ୍ୟତା ଉନ୍ମୋଚନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

0

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟପାଳ ଗଣେଶୀ ଲାଲ ଉଦ୍‍ବେଗ ପ୍ରକାଶ କରିଛନ୍ତି। ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ କେଉଁ ପରିସ୍ଥତିରେ ଚାବି ହଜିଲା ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି। କୋଟି କୋଟି ଲୋକଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣାର ସତ୍ୟତା ପଦାକୁ ଆଣିବା ନେଇ ପଦକ୍ଷେପ ନେବାକୁ ସେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

ତେବେ ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର ଦେଇଥିବା ବିଚାର ବିଭାଗୀୟ ତଦନ୍ତ ନିର୍ଦେଶକୁ ରାଜ୍ୟପାଳ ସ୍ୱାଗତ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବିବାଦ ବଢ଼ି ଚାଲିଥିବା ବେଳେ ସତ୍ୟ ଉନ୍ମୋଚନ କରି ଏହାର ପରିସମାପ୍ତି ଘଟାଇବା ଏବଂ ଏହାକୁ ନେଇ ବିଶ୍ୱର କୋଟି କୋଟି ଭକ୍ତଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହ ଦୂର କରିବାକୁ ସେ କହିଛନ୍ତି।

Leave A Reply