+୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

0

ଭୁବନେଶ୍ୱର : + ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ତିନି ପ୍ରଥମ ବର୍ଷରେ କଳା, ବାଣିଜ୍ୟ, ବିଜ୍ଞାନ ସମେତ ଅନ୍ୟାନ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଅନ୍‍ଲାଇନ୍‍ ଓ ଅଫ୍‍ଲାଇନ୍‍ରେ ଆବେଦନ କରିପାରିବେ। ଉଚ୍ଚ ଶିକ୍ଷା ବିଭାଗ ୱେବ୍‍ସାଇଟ୍‍କୁ ଲଗ୍‍ ଅନ୍‍ କରି ଛାତ୍ରଛାତ୍ରୀ ‘କମନ୍‍ ଆପ୍ଲିକେସନ୍‍ ଫର୍ମ’(ସିଏଏଫ୍‍) ପୂରଣ କରି ଅନ୍‍ଲାଇନ୍‍ରେ ଆବେଦନ କରିବାକୁ ହେବ। ସେହିପରି ସାମ୍ସ ରିସୋର୍ସ ସେଣ୍ଟରରେ ଉପଲବ୍ଧ ହେଉଥିବା ଅଫ୍‍ଲାଇନ୍‍ ଓ ମାନୁଆଲ୍‍ ସିଏଏଫ୍‍ ଫର୍ମ ପୂରଣ କରି ଆବବେଦନ କରିବାକୁ ପଡ଼ିବ। ରାଜ୍ୟରେ ଯୁକ୍ତ ତିନି ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଜୁନ୍‍ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇରୁ ଜୁଲାଇ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ ଏବଂ ଏହାପରେ ଜୁଲାଇ ଚତୁର୍ଥ ସପ୍ତାହରୁ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି।

ନାମଲେଖା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅନ୍‍ଲାଇନ୍‍ରେ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯିବ। ପ୍ରଥମ ଓ ଦ୍ୱିତୀୟ ଥର ମନୋନୀତ କରାଯାଇ ସେମାନଙ୍କ ନାମଲେଖାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ବଳକା ସିଟ୍‍ ପାଇଁ କମନ୍‍ ଆପ୍ଲିକେସନ୍‍ ଫର୍ମ(ସିଏଏଫ୍‍) ଜରିଆରେ ଛାତ୍ରଛାତ୍ରୀ ଅଫ୍‍ଲାଇନ୍‍ରେ ଆବେଦନ କରିପାରିବେ। ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ପସନ୍ଦର ପାଞ୍ଚଟି କଲେଜରେ ନାମଲେଖିବାକୁ ପଡ଼ିବ, ଅନ୍ୟଥା ସେମାନଙ୍କୁ ମନୋନୀତ କରାଯିବ ନାହିଁ। ୨୦୧୮-୧୯ ଶିକ୍ଷା ବର୍ଷରେ ଆବେଦନ ଫି’ ଅନ୍‍ଲାଇନ୍‍ରେ ଦାଖଲ କରିପାରିବେ। ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଆବେଦନ ଫି’ ଛାଡ଼ କରାଯାଇଛି।

Leave A Reply