www.samajalive.in
Sunday, December 7, 2025
26.1 C
Bhubaneswar

ଜମି ଗ୍ରହଣ କଲା ସୁନ୍ନି ୱାକଫ୍‌ ବୋର୍ଡ : ନିର୍ମାଣ ହେବ ମସ୍‌ଜିଦ, ପାଠାଗାର, ହସ୍ପିଟାଲ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟ ରାୟମତେ ସୁନ୍ନି ୱାକଫ୍‌ ବୋର୍ଡକୁ ମସ୍‌ଜିଦ ନିର୍ମାଣ ପାଇଁ ଦିଆଯାଇଥିବା ୫ଏକର ଜମିକୁ ବୋର୍ଡ ସ୍ବୀକାର କରିଛି। ସୋମବାର ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ଜମି ସ୍ବୀକାରକୁ ଅନୁମୋଦନ କରାଯାଇଛି। ଏଠାରେ ମସ୍‌ଜିଦ ସହିତ ପାଠାଗାର, ଡାକ୍ତରଖାନା ଓ ଇଣ୍ଡୋ-ଇସ୍‌ଲାମିକ୍‌ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ବୋର୍ଡ ପକ୍ଷରୁ ଏସବୁର ପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଠନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ବୋର୍ଡ ଅଧ୍ୟକ୍ଷ ଜଫର ଫାରୁକି କହିଛନ୍ତି। ବୈଠକରେ ବୋର୍ଡର ସମସ୍ତ ୮ ସଦସ୍ୟ ଉପସ୍ଥିତ ଥିବା ସେ କହିଛନ୍ତି। ମସ୍‌ଜିଦର ନିର୍ମାଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ ଏବଂ ଆକାର ମଧ୍ୟ ଶୀଘ୍ର ଧାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ବୋର୍ଡକୁ ଅଯୋଧ୍ୟାରୁ ପ୍ରାୟ ୩୦କିଲୋମିଟର ଦୂର ଲକ୍ଷ୍ନୌ-ଗୋରଖପୁର ରାଜପଥର ଧନୀପୁରଠାରେ ନିକଟରେ ସରକାର ଏହି ଜମି ପ୍ରଦାନ କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories