ପାକିସ୍ତାନରେ ନିର୍ବାଚନ ଲଢ଼ିବେ ଶାହରୁଖଙ୍କ ଭଉଣୀ

0

ପେଶାୱାର : ବଲିଉଡ୍‍ ତାରକା ଶାହରୁଖ ଖାଁଙ୍କ ସମ୍ପର୍କୀୟ ଭଉଣୀ ନୁର୍‍ ଜେହାନ୍‍ ପାକିସ୍ତାନ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନୁର୍‍ ହେଉଛନ୍ତି ଶାହରୁଖଙ୍କ ବଡ଼ବାପା ଝିଅ ଭଉଣୀ। ସେ ପରିବାର ସହିତ ଦୁଇଥର ମୁମ୍ବଇ ଆସି ଭାଇଙ୍କ ଘର ବୁଲାବୁଲି କରି ଯାଇଛନ୍ତି। ଏହାଛଡ଼ା ସେ ଶାହରୁଖଙ୍କ ପରିବାର ସହିତ ନିୟମିତ ସମ୍ପର୍କରେ ଅଛନ୍ତି। ବର୍ତ୍ତମାନ ସେ ମହିଳାଙ୍କ ପାଇଁ ସଂରକ୍ଷିତ ପେଶାୱାରର ପିକେ-୭୭ ସଂସଦୀୟ କ୍ଷେତ୍ରରୁ ସ୍ୱାଧୀନ ଭାବେ ସାଂସଦ ପ୍ରାର୍ଥୀ ହେବାକୁ ଯାଉଛନ୍ତି ଓ ଏଥିପାଇଁ ଗୁରୁବାର ପ୍ରାର୍ôଥପତ୍ର ସଂଗ୍ରହ କରିଛନ୍ତି। ନୁର୍‍ଙ୍କ ଭାଇ ମନସୁର୍‍ ତାଙ୍କ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି। ନୁର୍‍ ଆୱାମୀ ନ୍ୟାସନାଲ ପାର୍ଟିରୁ ପ୍ରାର୍ଥୀ ହେବାର ଥିଲା; କିନ୍ତୁ ଶେଷ ମୁହୂର୍ତ୍ତରେ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନୁର୍‍ଙ୍କ ପରିବାର ପାକିସ୍ତାନରେ ‘ବଚା ଖାଁ’ ଭାବେ ପରିଚିତ ବିଶିଷ୍ଟ ସଂଗ୍ରାମୀ ଖାଁ ଅବଦୁଲ ଗଫୁର ଖାଁଙ୍କ ‘ଖୁଦାଇ ଖିଦମତଗର୍‍ ଅଭିଯାନ’ରେ ସଂଶ୍ଳିଷ୍ଟ ଥିଲେ। ପରିବାରର ରାଜନୈତିକ ସମ୍ପୃକ୍ତିକୁ ନେଇ ନୁର୍‍ ପୂର୍ବରୁ କାଉନ୍‍ସିଲର ଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚନରେ ବିଜୟୀ ହେଲେ ମହିଳାଙ୍କ ପାଇଁ କାମ କରିବେ ବୋଲି ନୁର୍‍ କହିଛନ୍ତି।

Leave A Reply