ମଦ ନିଷେଧ ଆଇନରେ ସଂଶୋଧନ ଆଣିବେ ନୀତୀଶ

0

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଦ ନିଷେଧ ଆଇନର ସଂଶୋଧନ କରାଯିବା ନେଇ ଇଙ୍ଗିତ କରିଛନ୍ତି। ଏହି ଆଇନର ଦୁରୁପଯୋଗ ରୋକିବା ପାଇଁ ଏଭଳି ଚିନ୍ତା କରୁଥିବା ସେ କହିଛନ୍ତି। ବିଶେଷ କରି ସରକାରୀ ଅଧିକାରୀମାନଙ୍କ ଦ୍ୱାରା ଏହାର ଦୁରୁପଯୋଗ କରାଯାଉଛି ଓ ସେମାନେ ଏହାର ଫାଇଦା ଉଠାଉଛନ୍ତି ବୋଲି ନୀତୀଶ କହିଛନ୍ତି। ଆଇନକୁ ସେ ସବୁ ଦିଗରୁ ସମୀକ୍ଷା କରୁଛନ୍ତି; କିନ୍ତୁ ଏ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ସମୟ ଲାଗୁଛି ବୋଲି ନୀତୀଶ କହିଛନ୍ତି। ତେବେ ଏପ୍ରିଲ ୨୦୧୬ରେ ଏହି ଆଇନ ପ୍ରଣୟନ ପରେ ବହୁ ଲୋକ ଖୁସିରେ ଥିବା ନେଇ ମୁଖ୍ୟମନ୍ତ୍ରୀ ଆତ୍ମସନ୍ତୋଷ ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ଆଇନ ବଳରେ ମୋଟ ୧ଲକ୍ଷ ୪୧ହଜାର ୮୬୧ ଜଣ ଅଦ୍ୟାବଧି ଗିରଫ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୮ହଜାର ଜେଲ୍‍ରେ ଅଛନ୍ତି। ପୁଲିସ ତଥା ଅବକାରୀ ବିଭାଗ ଦ୍ୱାରା ମୋଟ ୭ଲକ୍ଷ ୬୨ହଜାର ୪୧୬ ଚଢ଼ଉ କରାଯାଇ ୧ ଲକ୍ଷ ୧୭ହଜାର ୨୮୩ ମାମଲା ରୁଜୁ ହୋଇଛି। ପ୍ରାୟ ୩୦ଲକ୍ଷ ଲିଟର ବିଦେଶୀ ଓ ଦେଶୀ ମଦ ଜବତ କରାଯାଇଛି।

Leave A Reply