www.samajalive.in
Tuesday, December 9, 2025
15.1 C
Bhubaneswar

ମହାଶିବରାତ୍ରିରେ ଦୀପ ଜଳାଇବାର କେତେକ ଉପାୟ…

ସମାଜ ପୋର୍ଟାଲ ଡେସ୍କ: ଦୀପ ଜ୍ୟୋତି ପରଂବ୍ରହ୍ମ ସ୍ବରୂପ, ଦୀପଜ୍ୟୋତି ପାପନାଶନକାରୀ। ମହାଶିବରାତ୍ରି ଅବସରରେ ଦୀପ ଜଳାଇବାର ସ୍ବତନ୍ତ୍ର ମହତ୍ତ୍ବ ରହିଛି। ମନ୍ଦିର ଚୂଡାକୁ ମହାଦୀପ ଉଠିବା ସହିତ ମହାଶିବରାତ୍ରି ବ୍ରତର ପରିସମାପ୍ତି ହୋଇଥାଏ। ଅନେକେ ମଧ୍ୟ ରାତ୍ରି ଉଜାଗର ରହି ଦୀପ ଜଳାଇଥାନ୍ତି। ଜୀବନରେ ଦୀପ ଜଳାଇବାର ମଧ୍ୟ ବିଶେଷ ପ୍ରଭାବ ରହିଛି। ଶାସ୍ତ୍ର ଅନୁସାରେ ଦୀପ ଜଳାଇବାର କେତେକ ଉପାୟ-

  • ଘିଅ ଦୀପ ଜଳାଇଲେ ପରିବାରରେ ସୁଖସମୃଦ୍ଧି ଆସିଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଉପକାରୀ।
  • ରାଶି ତେଲରେ ଜଳାଯାଉଥିବା ଦୀପ ରୋଗ ହରଣ କରିଥାଏ।
  • ଜଡାତେଲରେ ଦୀପ ଜଳାଇବା ଦାମ୍ପତ୍ୟ ଜୀବନକୁ ସୁଖୀ ରଖେ।
  • ତୁଳା ବତିରେ ଦୀପ ଜଳାଇବା ଶୁଭ ଫଳ ଦେଇଥାଏ।
  • ପଦ୍ମନାଡର ତନ୍ତୁରେ ବତି ପ୍ରସ୍ତୁତ କରି ଦୀପ ଜଳାଇଲେ ପୂର୍ବପୁରୁଷମାନେ କରିଥିବା ପାପ ବିନାଶ ହୋଇଥାଏ।
  • ସେହିପରି କଦଳୀ ପଟୁକାର ସୁତାରେ ଦୀପ ଜଳାଇବା ଦ୍ବାରା ପିତୃଶାପରୁ ମୁକ୍ତି ମିଳେ, ସନ୍ତାନ ଯୋଗ୍ୟ ହୁଅନ୍ତି ଏବଂ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।
  • ନୂଆ ହଳଦିଆ ଶାଢିକୁ ଚିରି ବତି ପ୍ରସ୍ତୁତ କରି ଦୀପ ଜଳାଇଲେ ଶିବ-ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତି ହୁଏ ଏବଂ ରୋଗ ଦୂର ହୋଇଥାଏ।
  • ନାଲି ଶାଢିରୁ ବତି କରି ଦୀପ ଜଳାଇଲେ ବାହାଘରରେ ହେଉଥିବା ବାଧା ଦୂର ହୁଏ ଏବଂ ସନ୍ତାନଜନିତ ସମସ୍ୟାର ସମାଧାନ ହୋଇ ସୁଖ ମିଳେ।
  •  ଧଳା କପଡାକୁ ଗୋଲାପ ଜଳରେ ଭିଜାଇବା ପରେ ଶୁଖାଇ ବତି ଜଳାଇଲେ ସୁଖସମୃଦ୍ଧି ବଢେ।
  • ନଡିଆ ତେଲ, ଘିଅ, ଜଡା ତେଲ, ନିମ ତେଲରେ ୪୭ଦିନ ପର୍ଯ୍ୟନ୍ତ ଦୀପ ଜଳାଇ ଦେବୀଙ୍କୁ ପୂଜା କଲେ ଦେବୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଦାମ୍ପତ୍ୟ ଜୀବନରେ ସୁଖ, ସମୃଦ୍ଧି ବଢେ।
  •  ଭୋର୍‌ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୀପ ଜଳାଇଲେ ପରିବାରର କଲ୍ୟାଣ ଏବଂ ସମୃଦ୍ଧି ହୋଇଥାଏ।
  • ଚାକିରି, ବିବାହ ତଥା ସନ୍ତାନ ଇଚ୍ଛା କରୁଥିଲେ ଏବଂ ଘରେ ସୁଖଶାନ୍ତି କାମନା କରୁଥିଲେ ଗୋଧୂଳି ବେଳାରେ ଦୀପ ଲଗାନ୍ତୁ।
  • ଗୋଟିଏ ଦୀପ ଲଗାଇଲେ ଆଶୀର୍ବାଦ ମିଳେ। ଦୁଇଟି ଦୀପ ଲଗାଇବା ଦ୍ବାରା ପରିବାରରେ ଏକତା ବଢିଥାଏ। ତିନୋଟି ଦୀପ ଲଗାଇଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ। ଚାରୋଟି ଦୀପ ଜଳାଇବା ଦ୍ବାର ଭୂ ସମ୍ପତ୍ତି ଏବଂ ପଶୁଧନ ବୃଦ୍ଧି ହୁଏ। ପାଞ୍ଚଟି ଦୀପ ଏକାଠି ଲଗାଇଲେ ଧନପ୍ରାପ୍ତି ହେବା ସହ ସର୍ବମଙ୍ଗଳ ହୋଇଥାଏ ଏବଂ ପଞ୍ଚ ଦେବତାଙ୍କର ଆଶୀର୍ବାଦ ମିଳେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories